ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବିଶ୍ବନାଥପୁର ବିବିଏମକେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Published By : Suraj Kumar | October 15, 2024 6:28 PM

କେନ୍ଦୁଝର ସଦର,୧୫/୧୦(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ବିଶ୍ଵନାଥପୁର ଗ୍ରାମ୍ୟ ପଡ଼ିଆରେ ଠାରେ ପଞ୍ଚମ ବାର୍ଷିକ ବିବିଏମକେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବରୀ ଉଦଯାପିତ ହୋଇଯାଇଛି। ୧୬ ଦଳୀୟ ବିଶିଷ୍ଟ ଖେଳର ଫାଇନାଲ ଜଗନ୍ନାଥପୁର( କ) ଏଵଂ ଜଗନ୍ନାଥପୁର(ଖ) ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଗନ୍ନାଥପୁର (କ) ବିଜୟୀ ହୋଇ ଚଳିତ ବର୍ଷ ଚାମ୍ପିଅନ ହୋଇଛି। 

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ଫୌଜି କ୍ରେନ୍, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ପରିଡ଼ା, ଯୁବ ସାମ୍ବାଦିକ ବରେନ୍ଦ୍ର କୁମାର ପରିଡ଼ା, ଲାଇଭ ସେଭର୍ ଆବାହକ ତଥା ଯୁବ ସମାଜ ସେବୀ ବିଦ୍ୟାଧର ମହାନ୍ତ, ଯୁବ ସମାଜ ସେବୀ ତ୍ରିନାଥ ମହାନ୍ତ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ନଗଦ ୨୦ହଜାର ଟଙ୍କା ଏଵଂ ରନର୍ସପ ଦଳକୁ ୧୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଛନ୍ତି। ସେହିପରି ତୃତୀୟ ଓ ଚତୁର୍ଥ ଦଳକୁ ୫ହଜାର ମଧ୍ୟ ଅତିଥି ପ୍ରଦାନ କରିଥିଲେ। 

ଉଦଯାପିତ ଦିବସର ମୁଖ୍ୟ ଆକର୍ଷଣର ରୂପେ ୪୦ ବର୍ଷରୁ ଅଧିକ ବୟସ୍କ ଆଠଟି ଦଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅଂଶ ଗ୍ରହଣ କରି ଖେଳ ପ୍ରଦର୍ଶନ କରିଥିଲେ ।ସେମାନଙ୍କୁ ମଧ୍ୟ କମିଟି ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। 

ଖେଳରେ ରେଫରୀ ଭାବେ ଯତୀନ ମହାନ୍ତ ଏବଂ ତାଙ୍କ ସହଯୋଗୀ ଖେଳ ପରିଚଳନା କରିଥିବା ବେଳେ କ୍ଷୀରୋଦ କୁମାର ଗିରି ହିନ୍ଦୀ ଓ ଓଡ଼ିଆରେ ଧାରା ବିବରଣୀ ପ୍ରଦାନ କରିଥିଲେ। ପଞ୍ଚମ ବାର୍ଷିକ ଫୁଟବଲ ଖେଳ ଅବସରରେ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ବିବିଏମକେ କମିଟିର ସଭାପତି କୋମଳ ଲୋଚନ ମହାନ୍ତ , ସମ୍ପାଦକ ରଘୁନାଥ ମହାନ୍ତ ସମେତ କମିଟିର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରି ଖେଳକୁ ସୁଚାରୁ ରୁପେ ସମ୍ପାଦାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.