ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ସୋଆ କୀଟତତ୍ୱ ବିଭାଗର ପ୍ରଥମ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚ୍ୟୁତାନନ୍ଦ ଦାସଙ୍କ ବିୟୋଗରେ ଶୋକସଭା

Published By : Prameya | April 28, 2025 10:59 PM

ଭୁବନେଶ୍ୱର ୨୮/୦୪: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ (ଆଇଏଏସ୍‌) ର କୀଟତତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚ୍ୟୁତାନନ୍ଦ ଦାଶଙ୍କ ବିୟୋଗରେ ଏକ ଶୋକସଭା  ଆୟୋଜିତ ହୋଇଯାଇଛି ।

କୀଟତତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରଫେସର ବ୍ରଜ କିଶୋର ସାହୁଙ୍କ ପୌରୋହିତ୍ୟରେ ଆୟୋଜିିତ ଏହି ସଭାରେ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ , ପ୍ରଫେସର ଏସ୍‌ ଏମ୍‌ ଏ ମଣ୍ଡଳ, ଡ. ଭୁବନାନନ୍ଦ ଅଧିକାରୀ, ଡ. ସତ୍ୟନାରାୟଣ ଶତପଥୀ, ଡ. ସ୍ୱୟଂ ସିଂହ, ଡ. ପ୍ରଜ୍ଞା ପତିଙ୍କ ସମେତ ବିଶ୍ୱଜିତ୍‌ ମିଶ୍ର, ସୁମିତ ସୌରଭ, ସ୍ୱୟମଦୀପ୍ତ ସାମନ୍ତ, ନିଶିଶ୍ମିତା ପରିଡା, ଅମ୍ରିତ ମହାପାତ୍ର ଓ ମାନସୀ ପ୍ରମୁଖ ଯୋଗ ଦେଇଥିଲେ ।

ଦିବଙ୍ଗତ ପ୍ରଫେସର ଅଚ୍ୟୁତାନନ୍ଦ ଦାଶଙ୍କ ନିରଳସ ଜୀବନ, ଅପ୍ରମିତ ଜ୍ଞାନ, କୀଟତତ୍ୱ ବିଭାଗ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣା ଓ ଆଦର୍ଶ ହୋଇ ରହିବ ବୋଲି ସମସ୍ତେ ମତ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.