ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରାଜ୍ୟର ଗଣତନ୍ତ୍ର ବିପଦରେ ରହିଛି , ଆସନ୍ତାକାଲି ବିଧାନସଭା ଘେରିବୁ : କଂଗ୍ରେସ

Published By : Prameya | March 26, 2025 10:20 PM

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ ଗଣତନ୍ତ୍ର ଏବେ ବିପଦରେ ରହିଛି । ଶାସକ ଦଳ ମନମାନୀ କରିବା ଆରମ୍ଭ କଲାଣି । ଗତ ଦୁଇଦିନ ହେବ ବିଧାନସଭାରେ କଂଗ୍ରେସ ସହ ଯାହା ଘଟୁଛି ତାହା ସମସ୍ତେ ଜାଣିଛନ୍ତି । ପ୍ରଥମେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ, ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଆକ୍ରମଣ ଓ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ଭଳି ଘଟଣା ଘଟିଛି । ପୁଲିସ ମଧ୍ୟ ଏକପାଖିଆ ନିଷ୍ପତ୍ତି ନେଇ ବିଧାନସଭାକୁ କବ୍‌ଜା କରିନେଇଛି । ଏଥିରୁ ସ୍ପଷ୍ଟ ଯେ, ଆଇନଶୃଙ୍ଖଳା ବ୍ୟବସ୍ଥା କେଉଁ ଅବସ୍ଥାରେ ରହିଛି । ହେଲେ କଂଗ୍ରେସ ଏହାକୁ କେବେବି ବରଦାସ୍ତ କରିବନି । ଏବେ ଦଳର ଗୋଟିଏ ମନ୍ତ୍ର ‘କର ବା ମର’ । ଆସନ୍ତାକାଲି(୨୭) ଦଳ ବିଧାନସଭା ଘେରାଉ କରି ଏହାର ମୁହଁତୋଡ ଜବାବ ଦେବ ବୋଲି ବୁଧବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତୃବୃନ୍ଦମାନେ କହିଛନ୍ତି ।  

    ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପୂର୍ବତନ ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ରହି କହିଲେ, ଆଇନ ଅନୁସାରେ ଜଣେ ସଭା ଭିତରକୁ ଯାଇ ନ ପରେ କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇ ପାରିବ । ପୁଲିସ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ଭିତରକୁ ଯାଇପାରିବ ନାହିଁ । ହେଲେ ସେ ଏବେ ବିଧାନସଭାକୁ କବଜା କଲାଣି । ମଙ୍ଗଳବାର ରାତିରେ ଆମର ଜଣେ ବିଧାୟକ ଆହତ ହୋଇଥିଲେ । ଦଳୀୟ ବିଧାୟକମାନେ ଭିତରେ ଥିଲେ । ତାଙ୍କୁ ଦେଖିବା ପାଇଁ ଆମର  ବିଧାନସଭା ଭିତରକୁ ଯିବାର ଅଧିକାର ଥିଲା ହେଲେ ଆମକୁ ଭିତରକୁ ଛଡା ଗଲା ନାହିଁ । ଯାହା କ୍ଷୋଭର ବିଷୟ । ଆମେ ବାରମ୍ବାର କହିଲୁ, ବାଚସ୍ପତିଙ୍କ ସହ ଫୋନ୍‌ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲି । ହେଲେ ସେ ମଧ୍ୟ ଫୋନ ଉଠେଇଲେ ନାହିଁ । ଏଥିରୁ ଜଣାପଡିଲା, ରାଜ୍ୟରେ ଏକ ଛତ୍ରବାଦ ଶାସନ ଚାଲିଛି । 

  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ, ମୁଖ୍ୟମନ୍ତ୍ରୀ ଗୃହରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ବିବୃତି ଦେଲେ ନାହିଁ । ଗଲା ନଭେମ୍ୱର ଠାରୁ ରାଜ୍ୟରେ ମହିଳା କମିଶନ ଗଠନ ହୋଇ ନାହିଁ । ଏହାର ପ୍ରତିବାଦ କଲାରୁ ଆମର ୧୪ଜଣ ବିଧାୟକଙ୍କୁ ନିଲମ୍ୱନ କରାଗଲା । ବରିଷ୍ଠ ନେତାମାନଙ୍କୁ ଗୃହ ବାହାରେ ଅଟକାଇଦିଆଗଲା । ଆଜି ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ବିଧାନସଭାକୁ ଛଡା ଗଲାନାହିଁ । ସାଂସଦଙ୍କ ବିଧାନସଭା ଲବିକୁ ଯିବାର ଅଧିକାର ଅଛି । 

  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ଗତକାଲି ଯେମିତି କଂଗ୍ରେସ ବିଧାୟକଙ୍କୁ ନିଲମ୍ୱିତ କରାଗଲା, ତାହା ନିନ୍ଦନୀୟ । ନିଲମ୍ୱିତ ହେବା ପରେ ରାତି ୨ଟାରେ ସେମାନଙ୍କୁ ଆଣି ମାଷ୍ଟରକ୍ୟାଣ୍ଟିନରେ ଫୋପାଡ଼ି ଦିଆଗଲା । ହେଲେ  କଂଗ୍ରେସ ନିରବ ରହିବ ନାହିଁ । ଆସନ୍ତାକାଲି ତାର ଜବାବ ଦେବ । 

  ପ୍ରସାଦ ହରିଚନ୍ଦନ କହିଲେ, କଂଗ୍ରେସ ବିଧାୟକ ଦଳକୁ ନିଲମ୍ୱିତ କରାଗଲା । କୁହାଯାଉଛି କର୍ଣ୍ଣାଟକ ଘଟଣାର ଏହା ଜବାବ । ହେଲେ ଉଦାହରଣ ଅଛି, ୧୯୯୫ରେ ସ୍ୱତନ୍ତ୍ର ବିଚାରଳୟ ବିଧେୟକ ନେଇ ରାତି ତମାମ ବିରୋଧୀ ଦଳ ବିଧାନସଭାରେ ରହିଥିଲେ । ହେଲେ ତତ୍କାଳୀନ କଂଗ୍ରେସ ସରକାର କାହାକୁ ନିଲମ୍ୱନ କରିନଥିଲା । ପରେ ବିଜେଡି ସରକାର ଥିବା ବେଳେ ୨୦୧୨ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ୨ ମିନିଟ ପାଇଁ  ବିଧାନସଭାକୁ ବନ୍ଦ କାରିଥିଲେ । ଆମର ପ୍ରତୀକ ବିଧାନସଭା ଚାଲିଥିଲା । ହେଲେ ବିଜେପି ସରକାର ଯାହା କରୁଛି ତାହା ଠିକ୍‌ ନୁହେଁ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶରତ ରାଉତ, ସନ୍ତୋଷ ସିଂ ସାଲୁଜାଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.