ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପାଟଣାଗଡରେ ବନ୍ଦ ସଫଳ, ବିଭିନ୍ନ ସଂଗଠନର ସମର୍ଥନ

Published By : Suraj Kumar | July 17, 2025 5:36 PM

ପାଟଣାଗଡ ୧୭।୬(ଆପ୍ର) :  ବାଲେଶ୍ବର ଜିଲ୍ଲା ଭୋଗରାଇ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ୍ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଜିଲ୍ଲା କନଭେନର ଅନିଲ ମେହେର  ଓ ପାଟଣାଗଡ଼ ବ୍ଳକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ବରେ କିଛି କଂଗ୍ରେସ କର୍ମୀ ରାମପୁର ଠାରୁ ଏକ ବାଇକ୍ ରାଲିରେ ବ୍ଳକ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ। ପରେ ସେମାନେ ପିକେଟିଂ କରି ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, କୋର୍ଟ,ପୋଷ୍ଟ ଅଫିସ , ବ୍ୟାଙ୍କ କୁ ଯାଇ ବନ୍ଦ ପାଳନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

 ଦୀର୍ଘ ଛଅ ମାସର ନ୍ୟାୟିକ ସଂଘର୍ଷ ପରେ ଭୋଗରାଇର  ଛାତ୍ରୀ ଜଣକ ନିରୁପାୟ ହୋଇ ଆତ୍ମାହୁତି ଦେଇଥିଲେ। ତେବେ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପାଟଣାଗଡ଼ ର ସମସ୍ତ ଜନସାଧାରଣଙ୍କ ସହ ବ୍ୟବସାୟିକ ସଂଘ, ସିନିଅର ସିଟିଜେନ ସଂଘ ସମେତ ସହରର ଅନ୍ୟାନ୍ୟ ସଂଗଠନ ଏହି ବନ୍ଦକୁ ସମ୍ପୂର୍ଣ ଭାବରେ ସମର୍ଥନ ଜଣାଇଥିଲେ। ସମ୍ପୂର୍ଣ ବନ୍ଦ ସତ୍ତ୍ଵେ ସମସ୍ତ ଜରୁରୀକାଳୀନ ସେବା ପୂର୍ବଦିନ ଭଳି ଚାଲୁଥିଲା । ସ‌ହର ରେ ଶାନ୍ତି ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ପୁଲିସ ପେଟ୍ରାଲିଂ କରୁଥିବା ବେଳେ ବିଭିନ୍ନ ଛକ ଗୁଡ଼ିକରେ ପୁଲିସ କର୍ମଚାରୀ ମାନେ ଜଗି ରହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.