ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ହରିୟାଣା ଫଳାଫଳକୁ ଗ୍ରହଣ କରିପାରୁନି କଂଗ୍ରେସ, କହିଲେ ଏହା ତନ୍ତ୍ରର ବିଜୟ, ଲୋକତନ୍ତ୍ରର ପରାଜୟ...

Published By : Ladu Kishor | October 8, 2024 8:58 PM

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହୋଇସାରିଛି । ରାଜ୍ୟରେ ପୁଣି ଥରେ ଗେରୁଆ ପତାକା ଫର ଫର ହୋଇ ଉଡିଛି । ବିଜେପି ପୁଣି ଥରେ ଏଠାରେ ବିଜୟର ମୁକୁଟ ପିନ୍ଧିଛି । ବିଜେପିର ଏହି ଫଳାଫଳ କଂଗ୍ରେସର ଆଶାକୁ ଧୂଳିସାତ୍ କରିଦେଇଛି । ଯାହାର ପ୍ରଭାବ ବର୍ତ୍ତମାନ କଂଗ୍ରେସ ନେତାଙ୍କ ବିବୃତ୍ତିରେ ସ୍ପଷ୍ଟ ଭାବେ ଦେଖାଯାଉଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ହରିୟାଣା ନିର୍ବାଚନର ଫଳାଫଳକୁ ନେଇ ଅନିୟମିତତା ଅଭିଯୋଗ ଆଣିଛନ୍ତି । 

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ହରିୟାଣା ନିର୍ବାଚନରେ ତନ୍ତ୍ର ବ୍ୟବସ୍ଥା ଜିତିଛି, ହେଲେ ଗଣତନ୍ତ୍ର ହାରିଯାଇଛି । ତାଙ୍କର ସୂଚନାରୁ ସ୍ପଷ୍ଟ ଯେ, ସେ ଏବଂ ତାଙ୍କ ଦଳ ଏହି ଫଳାଫଳକୁ ନେଇ ଅସନ୍ତୁଷ୍ଟ । ସେ କହିଛନ୍ତି ଯେ ହରିୟାଣାର ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଅଭିଯୋଗ କରିବ ।

ଜୟରାମ ରମେଶ ଆହୁରି ମଧ୍ୟ କହିଛନ୍ତି ଯେ, ହରିୟାଣା ନିର୍ବାଚନର ଫଳାଫଳ ଗ୍ରହଣ କରିବା ଆମ ପକ୍ଷେ ସମ୍ଭବ ନୁହେଁ, ଆମ ପ୍ରାର୍ଥୀମାନେ ଉଠାଇଥିବା ଗୁରୁତର ପ୍ରସଙ୍ଗ ଉପରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ । ହରିୟାଣାର ଫଳାଫଳ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଏବଂ ଆଶ୍ଚର୍ଯ୍ୟଜନକ । ଫଳାଫଳ ବାସ୍ତବତାର ବିପରୀତ । ଏଠାରେ ଇଭିଏମରେ ତ୍ରୁଟି କରାଯାଇଛି ।

ହରିୟାଣା ବିଷୟରେ ଯାହା ଆତ୍ମଚିନ୍ତନ କରିବାକୁ ପଡିବ, ଆମେ ନିଶ୍ଚିତ ଭାବେ ତାହା କରିବୁ । କିନ୍ତୁ ସର୍ବପ୍ରଥମେ ଆମକୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ ପଡିବ । ଆମେ କଣ କରିଛୁ? ଯାହା ଘଟିଲା ତାହା ବିଶ୍ଳେଷଣ କରିବା ପାଇଁ ନିଶ୍ଚିତ ଭାବରେ ଏକ କମିଟି ଗଠନ କରାଯିବ, କିନ୍ତୁ ଏହି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ବିଜୟ ଆମ ଠାରୁ ଛଡ଼ାଇ ନିଆଯାଇଛି । ଫଳାଫଳ ଏହାର ପ୍ରକୃତ ପ୍ରତିଫଳନ ହୋଇନାହିଁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.