ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କଂଗ୍ରେସ ନେତା ଭାରତର ଏହି ରାଜ୍ୟକୁ କହିଦେଲେ ‘ପଡୋଶୀ ଦେଶ’, କ୍ଷମା ମାଗି କହିଲେ ଭୁଲରେ...

Published By : Harapriya Biswal | July 2, 2025 5:56 PM

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟକୁ ନେଇ ବିବାଦ। ସିକ୍କିମକୁ ‘ପଡୋଶୀ ଦେଶ’ କହିବା ନେଇ ଟିପ୍ପଣୀକୁ ରାଜ୍ୟର ରାଜନୈତିକ ଦଳ ସହିତ ସମାଜର ବିଭିନ୍ନ ବର୍ଗର ଲୋକେ କଡା ସମାଲୋଚନା କରିଛନ୍ତି। କୁମାର ମଙ୍ଗଳବାର ପ୍ରେସବାର୍ତ୍ତା ବେଳେ ଏହି ରାଜ୍ୟକୁ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ସହ ପଡୋଶୀ ଦେଶ କହିଥିଲେ। ତେବେ ଏହି ପ୍ରସଙ୍ଗରେ ବିବାଦ ଉଠିବା ପରେ ବରିଷ୍ଠ କଂଗ୍ରେସ ନେତା ମଙ୍ଗଳବାର କ୍ଷମା ମାଗି କହିଛନ୍ତି, ତାଙ୍କର ପାଟିରୁ ଭୁଲ୍‌ରେ ବାହାରିଗଲା।’

ସେ କହିଛନ୍ତି, କାଲି ସେଲ୍( ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ) ୪୦୦ କୋଟି ଟଙ୍କାର ଦୁର୍ନୀତି ଉପରେ ନିଜର ପ୍ରେସ ବାର୍ତ୍ତାରେ ଯେତେବେଳେ ମୁଁ ନିଜର ପଡୋଶୀ ଦେଶ ସହ ଖରାପ ସମ୍ପର୍କ ଉପରେ କହୁଥିଲି ମୁଁ ଭୁଲରେ ଏହି ରାଜ୍ୟର ନାଁ ନେଇଗଲି। ଯେଉଁଥିପାଇଁ ମୁଁ କ୍ଷମା ମାଗୁଛି। କାରଣ ଭୁଲରେ ମୋ ପାଟିରୁ ଏହା ବାହାରିଗଲା। ବିଜେପିର ବିରୋଧି ଦଳ ନେତା ଛୋଟ ଛୋଟ ଭୁଲ ଉପରେ ନଜର ରଖିଛନ୍ତି।’

ସିକ୍କିମର ଏକମାତ୍ର  ଲୋକସଭା ସଦସ୍ୟ ଇନ୍ଦ୍ର ହମ୍ ସୁବା କହିଛନ୍ତି, କୁମାରଙ୍କ ଟିପ୍ପଣୀ ଅପମାନଜନକ। ଏହା ରାଜ୍ୟର ଲୋକଙ୍କର ଗଭୀର ଅପମାନ, ଯେଉଁମାନେ ରାଷ୍ଟ୍ର ପାଇଁ ଅତୁଟ ନିଷ୍ଠାର ସହ ଠିଆ ହୋଇଛନ୍ତି।’ ସେ ସୋସିଆଲ ମିଡିଆ ମଞ୍ଚ ଫେସବୁକରେ ପୋଷ୍ଟ କରି କହିଥିଲେ, ଏଭଳି ବିଭାଜନକାରୀ ବୟାନବାଜି ଆମର, ସମ୍ବିଧାନିକ ଏକତା ବିଷୟରେ ଗହନ ଅଜ୍ଞାନତାକୁ ଦର୍ଶାଉଛି ଓ ପୂର୍ବୋତ୍ତରର ଗୌରବଶାଳୀ ପରିଚୟର ଅପମାନ କରିଥାଏ।’ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.