ନୂଆଦିଲ୍ଲୀ,୧୪।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଚଣ୍ଡୀଗଡରେ ପହଁଞ୍ଚିଛନ୍ତି। ସେଠାରେ ପହଁଞ୍ଚି ଆତ୍ମହତ୍ୟା କରିଥିବା ଆଇପିଏସ୍ ଅଧିକାରୀ ତଥା ଏଡିଜିପି ଓ୍ବାଇ ପୁରନ୍ କୁମାରଙ୍କ ପରିବାର ଲୋକଙ୍କୁ ଭେଟିବେ।ଏହି ଅବସରରେ ରାହୁଲ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ଏହା ସହ ରାହୁଲ କହିଥିଲେ ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ଗିରଫ କରାଯାଉ।
ରାହୁଲ କହିଛନ୍ତି, ଏହା କୌଣସି ପରିବାର କଥା ନୁହେଁ, ବଂର ଦଳିତଙ୍କ ଅସ୍ମିତାର କଥା। ଏହି ଦମ୍ପତ୍ତି ଦଳିତ ପରିବାର ଥିଲା। ଏହା ସ୍ପଷ୍ଟ। ତେଣୁ ଦଳିତଙ୍କୁ ପ୍ରତାରିତ କରିବା ଭୁଲ କଥା। ମୁଁ ପ୍ରଧାନମନ୍ତ୍ରୀ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରୁଛି ଦୁହେଁ ଝିଅକୁ ଦେଇଥିବା ପ୍ରତିଶୃତି ପୂରଣ କରନ୍ତୁ। ସରକାର ନାଟକ ବନ୍ଦ କରନ୍ତୁ। ରାହୁଲ ଗାନ୍ଧୀ କହିଛନ୍ତି, ସିଏମ୍ ନାୟବ ସେନି ଫ୍ୟାମିଲିକୁ ଭରସା ଦେଇଥିଲା ଯେ ଆକ୍ସନ ନେବେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ରାହୁଲ କହିଛନ୍ତି ଯିଏ ଦୋଷୀ ତାଙ୍କୁ ଗିରଫ କରାଯିବା ଦରକାର। ଏହା କେବଳ ଆତ୍ମହତ୍ୟା ନୁହେଁ, ସମ୍ବେଦନଶୀଳ ସିଷ୍ଟମର ବିଫଳତା ଓ ଜାତିଗତ ଭେଦଭାବର ପରିଣତି। ଜଣେ ସଚ୍ଚୋଟ ଅଫିସର, ଯିଏ ନିଜର ପୁରା ଜୀବନ ଆଇ ଓ ନ୍ୟାୟ ପାଇଁ କାମ କଲେ, ତାଙ୍କୁ ସିଷ୍ଟମ ଭାଙ୍ଗିଦେଲା।ଓ୍ବାଇ ପୁରନ କୁମାରଙ୍କ ଭଳି ଅଧିକାରୀ ଆମ ସିଷ୍ଟମର ମେରୁଦଣ୍ଡ। ଯଦି ତାଙ୍କୁ ନ୍ୟାୟ ନମିଳୁଛି, ତେବେ ଏଭଳି ସଚ୍ଚୋଟ ନେତାଙ୍କର ମନୋବଳ ଭାଙ୍ଗିଯିବ। ଏହା ପୁରା ଦେଶର ପ୍ରଶାସନିକ ତନ୍ତ୍ରର ଆତ୍ମା। ସେ କହିଛନ୍ିତ ଏହି ପ୍ରସଙ୍ଗକୁ ସଂସଦରେ ଉଠାଯିବ।