ଫିରିଙ୍ଗିଆ ,୧୯/୦୧ ; କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଲୁଇସିଂ ଠାରେ କଂଗ୍ରେସ ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର ଜିଲ୍ଲା ସଭାପତି ଘନ କୁମାର ଶବର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାଏକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, କଟରିଙ୍ଗିଆ ପଞ୍ଚାୟତ ର ସରପଞ୍ଚ ପ୍ରତିଭା କହଁର ଙ୍କ ସହ ଜିଲ୍ଲା ଓ ଫିରିଙ୍ଗିଆ ବ୍ଲକ ର ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ I

ଏହି ଅବସରରେ ଅଂଚଳର ୫୫ ଜଣ ଆଗରୁ ବିଜେଡି ଓ ବିଜେପି ଦଳରେ ସାମିଲ ଥିବା ଆଗ ଧାଡ଼ିର କର୍ମୀ ଓ ନେତା ଅନୁଷ୍ଠାନିକ ଭାବରେ କଂଗ୍ରେସ ଦଳରେ ସାମିଲ ହୋଇଥିଲା I ତେବେ ଆଗାମୀ ପଂଚାୟତ ନିର୍ବାଚନରେ ତୃଣମୂଳ ସ୍ତରରୁ କିଭଳି ଭାବରେ କଂଗ୍ରେସକୁ ବହୁମତ ମିଳିପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା I ସେପଟେ ଆଗାମୀ ଦିନରେ ଦଳର ଏଭଳି ମିଶ୍ରଣ ପର୍ବ ଜାରି ରହିବ ଓ କଂଗ୍ରେସ ଦଳର ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବହୁ କର୍ମୀ ଓ ନେତା କଂଗ୍ରେସ ରେ ମିଶିବା ପାଇଁ ଇଛା ପ୍ରକାଶ କରିଥିବା ପୂର୍ବତନ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକ ମତ ପ୍ରକାଶ କରିଥିଲେ I