ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ କଂଗ୍ରେସର ନିନ୍ଦା, ମାଷ୍ଟରମାଇଣ୍ଡ୍‌କୁ ଗିରଫ କରିବାକୁ ଦାବି

Published By : Rasmita Pradhan | July 1, 2025 12:54 PM

ଭୁବନେଶ୍ୱର, ୧/୭ : ବିଏମସି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ କଂଗ୍ରେସର ନିନ୍ଦା। ପ୍ରେସ୍‌ମିଟ୍ କରି ବର୍ଷିଲେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଯେ, କେବଳ ୩ ଜଣଙ୍କୁ ଗିରଫ କରିଦେଲେ ହେବନି ବରଂ ବଡ଼ ମୁଣ୍ଡକୁ ଗିରଫ କରାଯାଉ। ସରକାରୀ କାମ କରୁଥିବା ଜଣେ ଅଧିକାରୀଙ୍କ କଲାର ଧରି ଘୋଷାଡ଼ି ଆଣିବା ସହ ବିଧା ଗୋଇଠା ମରାଯାଇଛି। ଏହା ପୂର୍ବରୁ କେତେକ ଜିଲ୍ଲାରେ ସରକାରୀ ଅଧିକାରୀଙ୍କୁ ବିଜେପି କର୍ମୀ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି। ଏହାଦ୍ଵାରା ସରକାରୀ ଅଧିକାରୀ ଚାପରେ ରହୁଛନ୍ତି। ଜନତାଙ୍କ କାମ ହୋଇପାରୁନି। 

ସେହିପରି କମିଶନରେଟ ପୁଲିସର ଅତିରିକ୍ତ ସିପି ନରସିଂହ ଭୋଳଙ୍କୁ ସସପେଣ୍ଡ ଦାବି କରିଛି କଂଗ୍ରେସ। ପିସିସି ସଭାପତି କହିଛନ୍ତି ଯେ, ନରସିଂହ ଭୋଳ ଖାକିକୁ ଅସମ୍ମାନ କରିଛନ୍ତି। ତେଣୁ ସରକାର ନରସିଂହ ଭୋଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଶେଷରେ ରଥଯାତ୍ରାରେ ଘଟିଥିବା ଅବ୍ୟବସ୍ଥାକୁ ନେଇ ଭକ୍ତ ବର୍ଷିଛନ୍ତି। ବାରମ୍ବାର ମହାପ୍ରଭୁଙ୍କ ସେବାରେ ତ୍ରୁଟି ଘଟିଛି। ରଥଯାତ୍ରାର ବହୁ ପୂର୍ବରୁ ପରିଚାଳନା ବୈଠକ ସହ ପ୍ରସ୍ତୁତି ବୈଠକ ହେଉଛି। ତଥାପି ସରକାର ରଥଯାତ୍ରା ପରିଚାଳନାରେ ବିଫଳ ହୋଇଛନ୍ତି। ଯେଉଁଭଳି ଦଳାଚକଟାରେ ନିରୀହ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଲା ସେଥିପାଇଁ ସରକାର ଦାୟୀ। ତେଣୁ ଜିଲ୍ଲା ଜଜଙ୍କ ନେତୃତ୍ୱରେ ପୁରୀ ଅଘଟଣର ତଦନ୍ତ ହେଉ ବୋଲି ଭକ୍ତ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.