ଭୁବନେଶ୍ବର, ୩।୪:  ଆଗାମୀ ଦିନରେ ନିଆରା ପ୍ରତିବାଦ କରିବ କଂଗ୍ରେସ । ନାରୀ ନିର୍ଯାତନା ପ୍ରସଙ୍ଗରେ ଯଦି ସରକାର ଗୃହ କମିଟି ନକଲେ ଆଗାମୀ ଦିନରେ ଗାଁ ଗାଁ ବୁଲିବ କଂଗ୍ରେସ । ନାରୀ ସୁରକ୍ଷା ନେଇ ଗାଁ ଗାଁରେ ସନ୍ଧ୍ୟାରେ କ୍ୟାଣ୍ଡେଲ ରାଲି କରିବ କଂଗ୍ରେସ । ଏପ୍ରିଲ ୧୫ ରୁ ରାଜ୍ୟ ର ସମସ୍ତ ୩୧୪ ବ୍ଲକ ରେ ଶାନ୍ତି ଭାବରେ ମଶାଲ ରାଲି କରିବ ବୋଲି  କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି।

ପ୍ରତେକ ନେତା ସବୁ ଜିଲ୍ଲାରେ ଜଗିବେ । ୨୧ ତାରିଖରେ ଜିଲ୍ଲା ହେଡକ୍ବାର୍ଟରେ ହେବ କ୍ୟାଣ୍ଡେଲ ରାଲି ।   ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ସମ୍ମିଳନୀ,  ପଦଯାତ୍ରା ବି କରିବ ।  ସମସ୍ତ ସମସ୍ୟା ଉପରେ ଆଲୋଚନା କରିବେ ।   ଜିଲ୍ଲା ଦାୟିତ୍ବରେ ଥିବା ନେତା ସକ୍ରିୟ ନେତାଙ୍କ ଉପରେ ରିପୋର୍ଟ ଦେବା ପରେ ଚୟନ ହେବ ଜିଲ୍ଲା ସଭାପତି  ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। 

କଂଗ୍ରେସ ବିଧାୟକଙ୍କୁ ଗୃହରେ ଦୁର୍ବ୍ୟବହାର କରିବା ସହ ନିଲମ୍ବନ କରିଥିଲେ । ଗୁରୁବାର  ଆମର ବିଧାନସଭା ଯିଵା କଥା । ନିଲମ୍ବନ  ଉଠିବା ପରେ ଆମେ ଗୁରୁବାର ବିଧାନସଭା ଯାଇଥାନ୍ତୁ । ହେଲେ ଯିବା ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ  କରିଛନ୍ତି ବାଚସ୍ପତି । ଆମକୁ ଗୃହ ଭିତରକୁ ଯିବାକୁ ଦେଲେନି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି।

ଗୁରୁବାର  ସକାଳ ୭ ଟା ପର୍ଯ୍ୟନ୍ତ ବିଧାନସଭା ଚାଲିଲା ।  ଷଡଯନ୍ତ୍ର କରି ଆମକୁ ନିଲମ୍ବନ କରିଥିଲେ ।  ଅନ୍ୟପକ୍ଷରେ  ବିଜେଡି ଉପରେ ବର୍ଷିଲେ ତାରା । ରାତିରେ ବିଲ୍‌ ପାସ୍ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କଲେ । ମିଛରେ କହୁଛନ୍ତି ଆମେ ବିଜେପି ସହ ନାହୁଁ ।  ବୁଧବାର ବିଧାନସଭାରେ ବିଲ ପାସ୍ ବେଳେ ବିଜେଡି  ସମର୍ଥନ ସ୍ପଷ୍ଟ କରିଛି । ବିଜେଡି -ବିଜେପି ଏକ ବୋଲି କହିଛନ୍ତି ତାରା ବାହିନୀପତି ।  ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ୮ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।