ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଧାନସଭା ନିର୍ବାଚନ ପୂର୍ବରୁ ଅମରାବତୀ ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ

Published By : Tapas Panda | October 12, 2024 6:48 PM

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରସେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଅମରାବତୀର ବିଧାୟକଙ୍କୁ ୬ ବର୍ଷ ଲାଗି ପାର୍ଟିରୁ ନିଲମ୍ବିତ କରିଦେଇଛି କଂଗ୍ରେସ । ମିଳିଥିବା ସୂଚନା ଅନୁସାରେ, ବିଧାୟିକା ସୁଲଭା ଖୋଡ଼କେଙ୍କ ସ୍ବାମୀ ଏନସିପି ନେତା ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନିକଟତର ବୋଲି ଜଣାପଡ଼ିଛି । 

ବିଧାନ ପରିଷଦ ନିର୍ବାଚନ ସମୟରେ କ୍ରସ ଭୋଟିଂରେ ସାମିଲ ଥିବା ୭ ବିଧାୟକଙ୍କ ମଧ୍ୟରେ ସୁଲଭା ଖୋଡ଼କେ ସାମିଲ ଥିଲେ । ଏଥିପାଇଁ ମହା ବିକାଶ ଅଘାଡ଼ି (ଏମଭିଏ) ପ୍ରାର୍ଥୀ ଜୟନ୍ତ ପାଟିଲ ପରାସ୍ତ ହୋଇଥିଲେ । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ଖୋଡ଼କେଙ୍କ ବିରୋଧରେ ବହୁ ଅଭିଯୋଗ ମିଳିଥିଲା । ତାଙ୍କୁ ଦଳରୁ ନିଲମ୍ବିତ କରିବା ଲାଗି ଦଳର ମହାରାଷ୍ଟ୍ର ପ୍ରଭାରୀ ରମେଶ ଚେନ୍ନିଥାଲା ନିଷ୍ପତ୍ତି ନେଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ଖୋଡକେଙ୍କ ସ୍ବାମୀ ଅଜିତ ପାଓ୍ବାରଙ୍କ ନିକଟତମ ସହଯୋଗୀ । ଏପରିକି ଖୋଡକେ ମଧ୍ୟ ଅଜିତ ପାଓ୍ବାରଙ୍କ ଦଳ ଏନସିପିରେ ସାମିଲ ହୋଇପାରନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.