ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଧରାକୋଟରେ ୨ ଦଳିତଙ୍କୁ ନିର୍ଯାତନା ମାମଲା; ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

Published By : Harapriya Sethi | June 26, 2025 2:59 PM

ଭୁବନେଶ୍ୱର, ୨୬/୦୬: ଗଞ୍ଜାମ ଜିଲ୍ଲା ଧରାକୋଟର ସିଙ୍ଗିପୁର ଗାଁର ୨ଜଣ ଦଳିତଙ୍କୁ ନିର୍ଯାତନା ମାମଲାରେ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଗୋ-ରକ୍ଷକ ନାଁରେ କିଛି ଲୋକ ଗୁଣ୍ଡାଗର୍ଦି କରୁଛନ୍ତି । ଦଳିତଙ୍କ ଉପର ଜୋର ଜବରଦସ୍ତ ଅତ୍ୟାଚାର କରୁଛନ୍ତି । ଏଥିପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହୋଇଛି । ଧରାକୋଟ ଘଟଣାରେ ଦୁଇ ଦଳିତଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଛି । ଅଭିଯୁକ୍ତମାନେ ପୀଡ଼ିତ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ । ୨ଜଣଙ୍କ ଚୁଳ କାଟି ଘାସ ଖୁଆଇଥିଲେ । ଏହି ଘଟଣାରେ ପରେ ଦୁଇ ପୀଡିତ ଘରୁ ବାହିରି ପାରୁନାହାନ୍ତି । ସେମାନେ ଯଦି କୌଣସି ଚରମ ନିଷ୍ପତ୍ତି ନିଅନ୍ତି ସେଥିପାଇଁ ସରକାର ଦାୟୀ ରହିବେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । 

ଅନ୍ୟପଟେ ଏହି ଘଟଣାରେ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଅଭିଯୁକ୍ତ ରାଜେଶ ସାମଲକୁ ଏଯାଏଁ ଗିରଫ ହୋଇନାହାନ୍ତି । ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ସହିତ ତାଙ୍କର ଫଟୋ ଥିବା ଅଭିଯୋଗ ଆଣିଛି କଂଗ୍ରେସ । ମୁଖ୍ୟ ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି, ତାଙ୍କୁ ଶୀଘ୍ର ଗିରଫ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ପିସିସି ତଥ୍ୟ ଅନୁଧ୍ୟାନ କମିଟି ଅଧକ୍ଷ ରାମଚନ୍ଦ୍ର କାଡାମ କହିଛନ୍ତି ।

ଦଳିତଙ୍କୁ ଏଭଳି ନିର୍ମମ ଅତ୍ୟାଚାର ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର କହିଛନ୍ତି । ପୀଡିତ ବାବୁଲା ନାୟକ ଏ ଯାଏ ବିଛଣାରୁ ଉଠି ପାରୁନାହାନ୍ତି। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସମବେଦନା ଟିକିଏ ଜଣାଇନାହାନ୍ତି । ବୁଲୁ ନିଜ ଝିଅ ବାହାଘରରେ ଗୋ-ଦାନ କରିବାକୁ ନେଉଥିବା ବେଳେ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଛି। ଆଜି ଦଳିତ, ଆଦିବାସୀ ନିଷ୍ପେସିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ତେଣୁ ଦୁଇ ପୀଡ଼ିତଙ୍କୁ ରାଜ୍ୟ ସରକାର ଦଶ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଦାବି କରି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପର୍ଯ୍ୟବେକ୍ଷକ ବିଜୟ ପ୍ରଧାନ, ସୁବର୍ଣ୍ଣ ନାୟକ, ତିଳେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.