ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ, ସଂଘର୍ଷ ଓ ସମର୍ପଣ ଦ୍ୱାରା ଚାଷୀଙ୍କ ହକ୍‌ ପାଇଁ ଲଢ଼ିବ କଂଗ୍ରେସ

Published By : Harapriya Sethi | April 30, 2025 3:00 PM

ଭୁବନେଶ୍ୱର, ୩୦/୦୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ରୀତିରେ କ୍ଷେତରେ ଅଖିମୁଠି ଅନୁକୂଳ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର କଲ୍ୟାଣପୁର ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ଵଜିତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ରୀତିରେ କ୍ଷେତରେ ଭୂମି ପୂଜା କରିବା ସହିତ ଅଖିମୁଠି ଅନୁକୂଳର ଶୁଭାରମ୍ଭ କରିଥିଲେ । 

ଏହି ଅବସରରେ ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଅକ୍ଷୟ ତୃତୀୟାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସୁଖ ସମୃଦ୍ଧି ଓ ପ୍ରଗତି କାମନା କରିଥିଲେ। ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କର ହକ୍ ପୂରଣ କରିବା ଏକାନ୍ତ ଜରୁରୀ ବୋଲି ସେ କହିଥିଲେ । ଆଜି ଅକ୍ଷିମୁଠି ଶୁଭାରମ୍ଭର ଦିନ । ତେଣୁ ସରକାର ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଉନ୍ନତମାନର ବିହନ ସଠିକ ସମୟରେ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । କୃଷକ ହେଲେ ଅନ୍ନଦାତା ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ଏହି ବର୍ଗର ଲୋକଙ୍କର ସାମଗ୍ରିକ ବିକାଶ ନହେଲେ ରାଜ୍ୟର ପ୍ରଗତି ସମ୍ଭବ ନୁହେଁ। ନଚେତ ନ୍ୟାୟ ପଥରେ ଚାଷୀଙ୍କ ହକ୍ ପାଇଁ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ବାରା କଂଗ୍ରେସ ଲଢ଼େଇ ଜାରି ରଖୁବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।

ଉଦ୍‌ବୋଧନ ଦେଇ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଓଡ଼ିଶା ସହ ପ୍ରଭାରୀ ସାହାନଓ୍ୱାଜ ଚୌଧୁରୀ, ଏକ୍ରାମ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତ୍ତି ପ୍ରମୁଖ ଯୋଗଦେଇ ଅକ୍ଷୟ ତୃତୀୟ ଦିବସର ମହନୀୟତା ଓ କୃଷକ ସମାଜର ପ୍ରଗତି ପାଇଁ କଂଗ୍ରେସ ଦଳ ଅତିତରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ସମ୍ପ୍ରତି ଚାଷୀମାନଙ୍କର ମୌଳିକ ସମସ୍ୟାକୁ ରାଜ୍ୟ ସରକାର ଆଜିର ଦିନରେ ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାସିର ନୱାଜ, କିଶୋର ଜେନା, ସମାଜସେବୀ ମୂରଲୀ ପ୍ରଧାନ, ପ୍ରକାଶ ଜେନା, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ସାନ୍ତନୁ ସାହୁ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ସୁଧାଂଶୁ ଦେଓ,ଦେଓ ପ୍ରସାଦ, ସୁଶାନ୍ତ ତ୍ରିପାଠୀ, ସୌମେନ୍ଦ୍ର ମହାନ୍ତି, ପ୍ରସନ୍ନ ନାୟକ, ଦୀପକ କୁମାର ମହାପାତ୍ର, ଅଶୋକ ଦାସ, ଗିତାଞ୍ଜଳି ମହାନ୍ତି, ଜୟଶ୍ରୀ ପାତ୍ର, ମନିଷା ଦାଶ ପଟ୍ଟନାୟକ, ଶ୍ରୀୟା ମହାନ୍ତି, ଯୋଗିନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଇକ ଆଖଡ଼ା, ସଂକୀର୍ତ୍ତନ, ହରିବୋଲ ହୁଳହୁଳି ଧ୍ୱନୀରେ ପିସିସି ସଭାପତି ଶ୍ରୀ ଦାସଙ୍କୁ ସ୍ୱାଗତ କରାଯାଇ କ୍ଷେତ ନିକଟକୁ ପାଛୋଟି ନିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.