କଣ୍ଟାବାଞ୍ଜି,୨୦/୬ : ଆଜି ସନ୍ଧ୍ୟା ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ଵରେ ସମ୍ବିଧାନ ବଞ୍ଚାଅ ରାଲି ଆୟୋଜିତ ହୋଇଥିଲା। ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ କଂଗ୍ରେସ ଅଫିସରୁ ସହର ମୁଖ୍ୟ ରାସ୍ତା ଦେଇ ଏକ ରାଲି ବାହାରିଥିଲ। ପରେ ଇନ୍ଦିରା ଛକଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହେଇଥିଲା।
ପ୍ରତିବାଦ ସଭାରେ ବିଜେପିକୁ ନିନ୍ଦା କରିଥିଲା କଂଗ୍ରେସ। ଜାତି ଭିତ୍ତିକ ଗଣନା ସହ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନ ଥିବା ଅଭିଯୋଗ କରିଥଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ୧୧ବର୍ଷ ଏବଂ ରାଜ୍ୟ ସରକାର ୧ବର୍ଷ ପୂରଣ ଉତ୍ସବ ପାଳନ କରୁଥିବାବେଳେ ଶାସନରେ ବିଫଳ ବୋଲି କଂଗ୍ରେସ ନେତା ନିଜ ମନ୍ତବ୍ୟ ରଖିଥିଲେ ।