ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ ଏଆଇ ସମିଟ୍‌ରେ ସାର୍ଟ ବିରୋଧ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର। ଅଭିଯୁକ୍ତ ୟୁଥ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କୁ କୋର୍ଟ ଶନିବାର ପାଞ୍ଚ ଦିନର ପୁଲିସ କଷ୍ଟଡିକୁ ପଠାଇ ଦେଇଛନ୍ତି। କୋର୍ଟରେ ଚାରି ଜଣ ଅଭିଯୁକ୍ତକୁ ହାଜର କରାଯାଇଛି ଏବଂ ଦିଲ୍ଲୀ ପୁଲିସ କୋର୍ଟଙ୍କୁ କହିଛି ଯେ, ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକର୍ତ୍ତା ନେପାଳର ଜେନ-ଜି ଆନ୍ଦୋଳନ ଦ୍ୱାରା ପ୍ରଭାବିତ ଥିଲେ। କିଛି ସମୟ ପୂର୍ବରୁ ନେପାଳରେ ହୋଇଥିବା ଜେନ-ଜି ଆନ୍ଦୋଳନ ଦ୍ୱାରା ସେଠାର ସରକାରର ପତନ ଘଟିଥିଲା। ପୁଲିସ ଅଧିକାରୀଙ୍କ ଦାବି ଯେ, ୟୁଥ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ଏହି ବିରୋଧ ପ୍ରଦର୍ଶନର ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା।

ପୁଲିସ୍ ୟୁଥ କଂଗ୍ରେସର ନେତାଙ୍କ କଷ୍ଟଡିର ଦାବି କରି କୋର୍ଟଙ୍କୁ କହିଥିଲା , ଏହା ଏକ ବଡ଼ ଷଡ଼ଯନ୍ତ୍ର। ସେମାନେ ନେପାଳର ଜେନ-ଜି ବିରୋଧ ପ୍ରଦର୍ଶନରୁ ପ୍ରେରଣା ନେଇ ଥିଲେ। ଅଭିଯୁକ୍ତଙ୍କୁ ପରସ୍ପରର ସାମ୍ନା ସାମ୍ନି କରାଇବାର ଅଛି ଏବଂ ପୁଣି ଡିଜିଟାଲ ପ୍ରମାଣକୁ ମଧ୍ୟ ଦେଖିବାର ଅଛି। ଏହା ପ୍ରମୁଖ ଯାଞ୍ଚ ..., ଏମିତି କହି ପୁଲିସ କୋର୍ଟଙ୍କୁ ଚାରି ଜଣ ଅଭିଯୁକ୍ତଙ୍କ ପୁଲିସ କଷ୍ଟଡି ଦାବି କରିଛି। କୋର୍ଟ ପାଞ୍ଚ ଦିନର ପୁଲିସ ହେପାଜତ ଦେଇଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଏଆଇ ସମିଟ୍‌ରେ ସାର୍ଟଲେସ୍ ବିରୋଧ ପ୍ରଦର୍ଶନ ନେଇ ଦିଲ୍ଲୀ ପୁଲିସର ଦୃଢ କାର୍ଯ୍ୟାନୁଷ୍ଠାନ , ୟୁଥ୍ କଂଗ୍ରେସର ନେତାଙ୍କ ବିରୋଧରେ FIR ରୁଜୁ

ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ କହିଥିଲେ – ପ୍ରୋଟେଷ୍ଟ ଶାନ୍ତିପୂର୍ଣ୍ଣ ଥିଲା , କୌଣସି ବି ଭିଡ଼ିଓରେ କିଛି ବି ହିଂସାତ୍ମକ କାର୍ଯ୍ୟ ଦେଖିବାକୁ ମିଳି ନାହିଁ। ସବୁ ଅଭିଯୋଗରେ ୭ ବର୍ଷ ପର୍ଯ୍ୟନ୍ତ ସଜା ମିଳି ପାରେ। ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଯେ, ଏଫଆଇଆର ଏକ ପଲିଟିକାଲ ପ୍ଲାନ୍ ବ୍ୟତୀତ ଆଉ କିଛି ନୁହେଁ। ଓକିଲ ଏହା ମଧ୍ୟ କହିଛନ୍ତି ଯେ, ପାଠପଢା ଲୋକ ଅଛନ୍ତି ଏବଂ ସେମାନଙ୍କ ପାଖରେ ଡିଗ୍ରୀ ଅଛି। ଏହି ମଧ୍ୟରେ , ସରକାରୀ ଓକିଲ କହିଛନ୍ତି ଯେ, ଅଭିଯୁକ୍ତମାନେ ଦେଶ ବିରୋଧୀ ନାରା ଲଗାଇଛନ୍ତି ଏବଂ କହିଛନ୍ତି , ସେମାନେ ପିଏମ୍ଙ୍କ ବିରୋଧରେ ମେସେଜ ଥିବା ଟି-ସାର୍ଟ ପିନ୍ଧି ଥିଲେ। ଅଭିଯୁକ୍ତଙ୍କର ପାଞ୍ଚ ଦିନର କଷ୍ଟଡି ମାଗି ଦିଲ୍ଲୀ ପୁଲିସ କହିଛି ଯେ, ଇଣ୍ଟରନ୍ୟାସନାଲ ନେତା ଓ ଜଣାଶୁଣା ବ୍ୟକ୍ତିଙ୍କ ଉପସ୍ଥିତିରେ ଦେଶ ବିରୋଧୀ ନାରା ଦିଆଯାଇଛି।

କୋର୍ଟ ଇନଭେଷ୍ଟିଗେସନ ଅଫିସରଙ୍କୁ ପଚାରି ଥିଲେ , ପାଞ୍ଚ ଦିନର କଷ୍ଟଡି କାହିଁକି ଦରକାର। ଇନଭେଷ୍ଟିଗେସନ ଅଫିସର କହିଥିଲେ ଯେ, ବଡ଼ ଷଡ଼ଯନ୍ତ୍ର ହୋଇଛି , ଅନ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ଏବଂ ସଠିକ୍ ତଦନ୍ତ ପାଇଁ କଷ୍ଟଡି ଆବଶ୍ୟକ।