ଭୁବନେଶ୍ବର,୧୫/୦୭: ପଞ୍ଚଭୂତରେ ଲୀନ ହେଲା ବାଲେଶ୍ବର ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମରଶରୀର । ପଳାସିଆ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ଶେଷ ହୋଇଛି । ଭାଇ ମୁଖାଗ୍ନୀ ଦେଇ ଭଉଣୀକୁ ଶେଷ ବିଦାୟ ଦେଇଛନ୍ତି । ସେପେଟ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାର ନିରବଚ୍ଛିନ ତଦନ୍ତ ପାଇଁ UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି । ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ସୁଷମା ଯାଦବ, ନୀର୍ଜା ଗୁପ୍ତା ଏବଂ ଅସୀମା ମଙ୍ଗଳା ରହିଛନ୍ତି । ଆତ୍ମାହୁତି ଘଟଣାର ତଦନ୍ତ UGCର ୪ଜଣିଆ କମିଟି କରିବ । ତଦନ୍ତରେ ସମସ୍ତ ଦିଗକୁ ଅନୁଧ୍ୟାନ ରିପୋର୍ଟ ଦାଖଲ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ୭ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...