ମୁମ୍ବାଇ,୧୪/୧୨: ମହାୟୁତିକୁ ଶିବସେନାର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ପ୍ରୋସେସନ କରିବା ଆଗରୁ ଇଭିଏମର ଶୋଭାଯାତ୍ରା କରନ୍ତୁ । ମୋ ମତରେ ଗୋଟିଏ ଇଭିଏମ ମନ୍ଦିର ତିଆରି କରି ଦିଅନ୍ତୁ । ଭାରତୀୟ ଜନତା ପାର୍ଟି ନେତୃତ୍ବ ମହାୟୁତି ମେଣ୍ଟକୁ ଟାର୍ଗେଟ କରି କିଛି ଏମିତି କହିଛନ୍ତି ଶିବେସେନା ନେତା ସଞ୍ଜୟ ରାୱତ ।

ମହାୟୁତିକୁ ନିଶାନା ମାରି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ କହିଛନ୍ତି, ମହାରାଷ୍ଟ୍ର ସରକାର ପ୍ରଥମ କ୍ୟାବିନେଟ ବୈଠକରେ ସେମାନେ ନାଗପୁର ଆରଏସସ ହେଡକ୍ବାର୍ଟର ଆଗରେ  ଇଭିଏମ ମନ୍ଦିର ତିଆରି କରିବାକୁ ଘୋଷଣା କରନ୍ତୁ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କର ଏକ ପ୍ରୋସେସନ ବଦଳରେ ଇଭିଏମ ପ୍ରୋସେସନ କରାଯାଉ । ଆରଏସଏସ ମୁଖ୍ୟାଳୟ ଆଗରେ ଇଭିଏମ ମନ୍ଦିର ଖୋଲି ଦିଅନ୍ତୁ ।

ମହାରାଷ୍ଟ୍ର ନୂଆ ସରକାର କ୍ୟାବିନେଟ ସମ୍ପ୍ରସାରଣକୁ ଟାର୍ଗେଟ କରି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ କହିଛନ୍ତି, ସରକାର ଗଠନ ପାଇଁ ମାସେ ଲାଗିଗଲା । ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । କାହା ପାଖରେ କେଉଁ ବିଭାଗ ଅଛି ତାହା କାହାକୁ ଜଣାନାହିଁ । ପ୍ରତିଦିନ ରାଜ୍ୟର ପ୍ରତି ଗାଁରେ ହତ୍ୟା, ଦୁଷ୍କର୍ମ ବଢି ଚାଲିଛି । ଏହାର ଉତ୍ତର ଦେଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ । ଜନତା ମରୁଛନ୍ତି କାହା ପାଖରେ ଏହା ଉତ୍ତର ନାହିଁ । ରାଜ୍ୟରେ ଅରାଜକତା ବ୍ୟାପିଛି । ଇଭିଏମରୁ ତିଆରି ହୋଇଥିବା ସରକାର ପାଖରେ ମୁଣ୍ଡ ନାହିଁ । ସେମାନଙ୍କ ମୁଣ୍ଡରେ କେବଳ ଇଭିଏମ ଅଛି ।