ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାୟୁତିକୁ ସଞ୍ଜୟଙ୍କ ଟାର୍ଗେଟ, କହିଲେ ଇଭିଏମରୁ ତିଆରି ସରକାର ପାଖରେ ମୁଣ୍ଡ ନାହିଁ

Published By : Ankita S | December 14, 2024 2:56 PM

ମୁମ୍ବାଇ,୧୪/୧୨: ମହାୟୁତିକୁ ଶିବସେନାର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ପ୍ରୋସେସନ କରିବା ଆଗରୁ ଇଭିଏମର ଶୋଭାଯାତ୍ରା କରନ୍ତୁ । ମୋ ମତରେ ଗୋଟିଏ ଇଭିଏମ ମନ୍ଦିର ତିଆରି କରି ଦିଅନ୍ତୁ । ଭାରତୀୟ ଜନତା ପାର୍ଟି ନେତୃତ୍ବ ମହାୟୁତି ମେଣ୍ଟକୁ ଟାର୍ଗେଟ କରି କିଛି ଏମିତି କହିଛନ୍ତି ଶିବେସେନା ନେତା ସଞ୍ଜୟ ରାୱତ ।

ମହାୟୁତିକୁ ନିଶାନା ମାରି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ କହିଛନ୍ତି, ମହାରାଷ୍ଟ୍ର ସରକାର ପ୍ରଥମ କ୍ୟାବିନେଟ ବୈଠକରେ ସେମାନେ ନାଗପୁର ଆରଏସସ ହେଡକ୍ବାର୍ଟର ଆଗରେ  ଇଭିଏମ ମନ୍ଦିର ତିଆରି କରିବାକୁ ଘୋଷଣା କରନ୍ତୁ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କର ଏକ ପ୍ରୋସେସନ ବଦଳରେ ଇଭିଏମ ପ୍ରୋସେସନ କରାଯାଉ । ଆରଏସଏସ ମୁଖ୍ୟାଳୟ ଆଗରେ ଇଭିଏମ ମନ୍ଦିର ଖୋଲି ଦିଅନ୍ତୁ ।

ମହାରାଷ୍ଟ୍ର ନୂଆ ସରକାର କ୍ୟାବିନେଟ ସମ୍ପ୍ରସାରଣକୁ ଟାର୍ଗେଟ କରି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ କହିଛନ୍ତି, ସରକାର ଗଠନ ପାଇଁ ମାସେ ଲାଗିଗଲା । ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । କାହା ପାଖରେ କେଉଁ ବିଭାଗ ଅଛି ତାହା କାହାକୁ ଜଣାନାହିଁ । ପ୍ରତିଦିନ ରାଜ୍ୟର ପ୍ରତି ଗାଁରେ ହତ୍ୟା, ଦୁଷ୍କର୍ମ ବଢି ଚାଲିଛି । ଏହାର ଉତ୍ତର ଦେଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ । ଜନତା ମରୁଛନ୍ତି କାହା ପାଖରେ ଏହା ଉତ୍ତର ନାହିଁ । ରାଜ୍ୟରେ ଅରାଜକତା ବ୍ୟାପିଛି । ଇଭିଏମରୁ ତିଆରି ହୋଇଥିବା ସରକାର ପାଖରେ ମୁଣ୍ଡ ନାହିଁ । ସେମାନଙ୍କ ମୁଣ୍ଡରେ କେବଳ ଇଭିଏମ ଅଛି ।


















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.