ମାଲକାନଗିରି,୧୦/୧୦ : ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟ ଦେବୀଙ୍କ ସପ୍ତମୀ ଓ ମନ୍ଦିର ସ୍ଥାୟୀ ପିଠେ ମହାଷ୍ଟମୀ ପୂଜା ଆଜି ପାଳିତ ହୋଇଛି। ସୁବାସ ବୋଷ ଛକ ଟାଉନ କ୍ଳବ ପକ୍ଷରୁ ଛତିଶଗଡ଼ ଦନ୍ତେଶ୍ଵରୀ ମନ୍ଦିର ଢଙ୍ଗରେ ପୂଜା ମଣ୍ଡପ ଓ ତୋରଣ ନିର୍ମାଣ ହୋଇଛି। ବିଭିନ୍ନ ମନ୍ଦିର ପୀଠରେ ମା’ ଙ୍କ ମହାଗୌରୀ ବେଶ ଦର୍ଶନ କରିଛନ୍ତି ଭକ୍ତମାନେ।
ଶାରଦୀୟ ଦୁର୍ଗା ପୂଜା ପାଇଁ ଆଜି ଠାରୁ ଚଳଚଞ୍ଚଳ ହୋଇଛି ମାଲକାନଗିରି ଜିଲ୍ଲା। ନବ ରାତ୍ରି ପୂଜାର ଆଜି ଅଷ୍ଟମ ଦିନରେ ଜିଲ୍ଲାର ଥିବା ଦୁର୍ଗା ମନ୍ଦିର ଗୁଡିକରେ ମହା ଗୌରୀ ରୂପରେ ବେଶ ସଜା ଯାଇଥିଲା। ସେ ବେଶ ଦର୍ଶନ ପାଇଁ ବିଭିନ୍ନ ଦୁର୍ଗା ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ଶତାଧିକ ଦୁର୍ଗାମଣ୍ଡପ ଗୁଡିକରେ ଆଜି ସପ୍ତମୀ ପୂଜା ଧୂମଧାମରେ ହୋଇଛି।

ବିଶେଷ କରି ମାଲକାନଗିରି ସହରରେ ସୁବାଷ ବୋଷ ଛକ ଟାଉନ କ୍ଳବ ମଣ୍ଡପରେ ଛତିଶଗଡ଼ ରାଜ୍ୟର ପ୍ରତ୍ୟକ୍ଷ୍ୟ ଦେବୀ ମାତା ଦନ୍ତେଶ୍ଵରୀଙ୍କ ମନ୍ଦିର ଶୈଳୀରେ ପୂଜା ମଣ୍ଡପ ଓ ତୋରଣ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଦଣ୍ଡକାରଣ୍ୟ ସର୍ବଜାନୀନ ପୂଜା ମଣ୍ଡପ, ଜିଲ୍ଲା ପୁଲିସ ପୂଜା ମଣ୍ଡପ, ଡିଏନଏ କେ ଛକ ମଣ୍ଡପ, କଲେଜ ଛକ ନୂଆଗୁଡା ମଣ୍ଡପ, , ବସ ଷ୍ଟାଣ୍ଡ ମଣ୍ଡପ ସହିତ ଦୁର୍ଗାଗୁଡ଼ି ସାହିର ମୂଳପୀଠ ଦୁର୍ଗା ମନ୍ଦିର, ଏମଭି ୩ ମା ମଙ୍ଗଳା ମନ୍ଦିର, ଡିଏନକେ ଦୁର୍ଗା ମନ୍ଦିର ସହିତ ମୋଟ ୧୦ଟି ସ୍ଥାନ ରେ ବହୁ ଆଡ଼ମ୍ବର ସହକାରେ ସପ୍ତମୀ ଓ ଅଷ୍ଠମୀ ପୂଜା ହୋମ ଯଜ୍ଞ ହୋଇଛି। ବିଭିନ୍ନ ମଣ୍ଡପ ନିକଟରେ ସୁଉଚ୍ଚ ତୋରଣ ସାଙ୍ଗ କୁ ସୁନ୍ଦର ଆଲୋକ ମାଳା ସଜା ଯାଇଛି।

ବିଶେଷ କରି ବିଭିନ୍ନ ମଣ୍ଡପରେ ମା’ ଦୁର୍ଗା ଙ୍କ ପଟଚିତ୍ର ଥାଇ ସେଲ୍ଫି ପଏଣ୍ଟ, ଭଜନ ସମାରୋହ, ରଙ୍ଗୋଲୀ, ଝୋଟି, ମୁରୁଜ ପକାଯାଇ ପଥପ୍ରାନ୍ତ ଉତ୍ସବ ପାଳିତ ହୋଇଛି। ସକାଳେ ମଧ୍ୟାହ୍ନ, ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭକ୍ତମାନଙ୍କ ପାଇଁ ଖିରି, ଖିଚିଡି, ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ପ୍ରତିଦିନ ଶତାଧିକ ଭକ୍ତମାନେ ମଣ୍ଡପ କୁ ଆସି ମା’ ଙ୍କ ଦର୍ଶନ କରିଥିଲେ।