ଖନ୍ତାପଡ଼ା, ୦୬/୦୯: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯାଞ୍ଚ କରୁଛି । ତେବେ କଣ୍ଟେନରରେ କେତେ ଗୋରୁ ଅଛନ୍ତି, ତାହା ଜଣାପଡ଼ିନାହିଁ ।
ସୂଚନା ମୁତାବକ, ଶନିବାର ସକାଳେ ୧୬ ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଗୋରୁ ଭର୍ତ୍ତି ଥିବା ଏକ କଣ୍ଟେନରକୁ ସନ୍ଦେହ କରି ଗୋ ସୁରକ୍ଷା ବାହିନୀ ଅଟକାଇଥିଲେ । ଖନ୍ତାପଡ଼ା ଥାନାକୁ ଘଟଣା ସମ୍ବଦ୍ଧରେ ତୁରନ୍ତ ଖବର ଦିଆଯାଇଥିଲା । ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବାରୁ କଣ୍ଟେନରରେ ଗୋରୁ ବୋଝେଇ ହୋଇ ଥିବାର ଦେଖିବାକୁ ପାଇଥିଲା । ଏସମ୍ପର୍କରେ ଜାଣିବାକୁ ପାଇ ସ୍ଥାନୀୟ ବାସିନ୍ଦା, ପଥଚାରୀ, ସମାଜସେବୀ, ଗୋ ସୁରକ୍ଷା ବାହିନୀ ଶ୍ରୀକୃଷ୍ଣ ବଲ୍ଲଭା ୱେଲଫେର ଫାଉଣ୍ଡେସନର କର୍ମୀ, ମା ଭାରତୀ ଗୋଶାଳାର ସମ୍ପାଦକ ଜିତେନ୍ଦ୍ର ସ୍ବାଇଁ ଏବଂ ବହୁ ସାମାଜିକ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଗୋରୁ ଚାଲାଣକୁ ପ୍ରତିବାଦ କରିଥିଲେ । ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ପୁଲିସ ନିରୁପାୟ ହୋଇ ଖନ୍ତାପଡ଼ା ଥାନା ଅଭିମୁଖେ କଣ୍ଟେନରକୁ ନେଇଥିଲେ । ତେବେ କଣ୍ଟେନରରେ କେତେ ଗୋରୁ ଅଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ତାହା ଜଣା ପଡିନାହିଁ।