ନୂଆଦିଲ୍ଲୀ,୯।୬: କେରଳ ଉପକୂଳ ନିକଟରେ ସିଙ୍ଗାପୁରର ଏକ କଣ୍ଟେନର ଜାହାଜରେ ଅଗ୍ନିକାଣ୍ଡ। ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ, କଣ୍ଟେନର ଜାହାଜ ଏମଭି ୱାନ ହେ ୫୦୩ ରେ ଏକ ବଡ଼ ବିସ୍ଫୋରଣ ଘଟିଥିବା ସୂଚନା ମିଳିଥିଲା। ଏହାପରେ ଆମ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ବର୍ତ୍ତମାନ ଚାଳକ ଦଳର ୨୨ ସଦସ୍ୟଙ୍କ ଭିତରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ସେଭଳି ଅନ୍ୟ ୪ ନିଖୋଜ ଥିବା ଜଣାପଡିଛି। ସେମାନେ ଜାହାଜକୁ ଛାଡି ଦେଇଛନ୍ତି ଓ ସେ ଭାରତୀୟ ସୁରକ୍ଷାଦଳ ସହ ସୁରକ୍ଷିତ ଅଛନ୍ତି ବୋଲି ଆଶା କରାଯାଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, କେରଳର କୋଝିକୋଡା ଜିଲ୍ଲା ବେପୋରଠାରୁ ପ୍ରାୟ ୭୮ ସମୁଦ୍ର ମାଇଲ ଦୂରରେ ସିଙ୍ଗାପୁର ପତାକା ଥିବା ଜାହାଜରେ ବିସ୍ଫୋରଣ ସୂଚନା ମିଳିଥିଲା।  ଭାରତୀୟ ତଟରକ୍ଷୀ ଜାହାଜ ସଚେତ, ଅର୍ନିବେଶ, ସମୁଦ୍ର ପ୍ରହରୀ, ଅଭିନବ ରାଜଦୂତ ଓ ସି-୧୪୪ ରୁ ଏହି ଉଦ୍ଧାର ଅଭିଯାନରେ ସାମିଲ ଅଛନ୍ତି।  

ଅଧିକାରୀଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡର ଶିକାର ହୋଇଥିବା ଏହି ଜାହାଜରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ହୋଇଛି। ପ୍ରଥମେ ସୂଚନା ଆସିଥିଲା ବିସ୍ଫୋରଣରେ ଅଗ୍ନିକାଣ୍ଡ ।  ହେଲେ ଆଗ ଅଗ୍ନିକାଣ୍ଡ ତା' ପରେ ବିସ୍ଫୋରଣ ହୋଇଛି । ଆମ ପାଖକୁ ସବୁଠାରୁ ପ୍ରଥମେ ଏହି ସୂଚନା ୧୦ଟା ୩୦ ମିନିଟ୍‌ରେ ପହଁଞ୍ଚିଥିଲା। ସେବେଠାରୁ ଆମେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲୁ। ଜାହାଜ ୭ ଜୁନ୍‌ରେ କଲୋମ୍ବୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ୧୦ ଜୁନ୍‌ ସୁଦ୍ଧା ମୁମ୍ବାଇ ଉପକୂଳରେ ପହଁଞ୍ଚିବାର ଆଶା ଥିଲା।