ଦଶପଲ୍ଲା, ୧୯।୨: ଦଶପଲ୍ଲାରେ ରନ୍ଧା ଗୋ ମାଂସ ଜବତ ହୋଇଛି । ଦଶପଲ୍ଲା ଏନଏସି ଅନ୍ତର୍ଗତ ସ୍ଥାନୀୟ ମୋଚି ସାହିରେ ଜଣେ ବ୍ୟକ୍ତି ଗୋ ମାଂସ ରୋଷେଇ କରୁଥିବା ବେଳେ ଏହାକୁ କିଛି ସ୍ଥାନୀୟ ଯୁବକ ଦେଖିଥିଲେ । ପରେ ଗୋ ମାଂସକୁ ଜବତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

ସୂଚନା ଅନୁସାରେ, ସୁରେଶ ମେହେରଙ୍କ ଘରେ ଦୀର୍ଘଦିନ ଧରି ନିମାଇଁ ମେହେର ଭଡ଼ାରେ ରହୁଥିଲେ । ସେ କିଛି ଗୋ ମାଂସ ଆଣି ରୋଷେଇ କରୁଥିବା ବେଳେ କିଛି ସ୍ଥାନୀୟ ଯୁବକ ଏହା ଦେଖି ଦଶପଲ୍ଲା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋ ମାଂସ ଜବତ କରିବା ସହିତ ନିମାଇଁକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ପୁଲିସ ପକ୍ଷରୁ ଏ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।