ବ୍ରହ୍ମପୁର, ୧୧/୦୭ : ୪ ବର୍ଷ ପରେ ପୁଣି ଫେରିଲା କୋଭିଡ୍‌ । ଆନ୍ଧ୍ରପ୍ରଦେଶରେ କଡ଼ପା ଜିଲ୍ଲାରେ କୋଭିଡ୍‌ରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ପଜିଟିଭ୍‌ଙ୍କ ଚିକିତ୍ସା ଚାଲିଛି । ଆନ୍ଧ୍ରପ୍ରଦେଶରେ କୋଭିଡ୍‌ ଜୀବନ ନେବା ପରେ ପଡ଼ୋଶୀ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗଞ୍ଜାମରେ ଏବେ ଆତଙ୍କ ବାତାବରଣ ଦେଖିବାକୁ ମିଳିଛି । ଆନ୍ଧ୍ରରୁ ଗଞ୍ଜାମକୁ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । 

କେବଳ ଗଞ୍ଜାମ ନୁହେଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ପାଇଁ ଏହା ଏକ ପ୍ରକାର ଆଲର୍ଟ ବୋଲି କୁହାଯାଉଛି। ଆନ୍ଧ୍ରରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜୁନ୍‌ ୨୮ରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ପ୍ରଥମେ ତିରୁପତିରେ ସେ ଚିକିତ୍ସିତ ହୋଇଥିଲେ । ପରେ ତାଙ୍କୁ ଖ୍ରୀଷ୍ଟିଆନ୍‌ ମେଡିକାଲ୍‌ କଲେଜ୍‌ ଭେଲୋର୍‌ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ୨ୟ ବ୍ୟକ୍ତି ଜଣଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଖ୍ରୀଷ୍ଟିଆନ୍‌ ମେଡିକାଲ୍‌ କଲେଜ୍‌ ଭେଲୋରରେ ମୃତ୍ୟୁ ହୋଇଥିଲା । 

ଅନ୍ୟପଟେ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ର କଡ଼ପା ଜିଲ୍ଲାର ଆଉ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୩ ଜଣ ହୋମ୍‌ ଆଇସୋଲେସନ୍‌ରେ ଏବଂ ଜଣେ ସ୍ଥାନୀୟ ହସ୍ପିଟାଲ୍‌ର କୋଭିଡ୍‌ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି । ସମସ୍ତ ପଜିଟିଭ୍‌ ଓ ମୃତ ଓମିକ୍ରନ୍‌ ସବ୍‌ଭାରିଆଣ୍ଟ୍‌ ବୋଲି ସନ୍ଦେହ କରାଯାଉଥିବା ବେଳେ ଚିହ୍ନଟ ପାଇଁ ପୁନେସ୍ଥିତ ନ୍ୟାସନାଲ୍‌ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ନମୁନା ପଠାଯାଇଛି।

ଆହୁରି ପଢନ୍ତୁ- ନରୋତ୍ତମ ମିଶ୍ରାଙ୍କୁ ଟିକେଟ୍ ନମିଳିବାରୁ ସମର୍ଥକଙ୍କ ହଙ୍ଗାମା; ୧୫ କିମି ଯାଏ ରାସ୍ତା ଜାମ୍, ପଥରମାଡ଼ରେ ୬ ଆହତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାରା ଶରୀରର ରଙ୍ଗ ଭିନ୍ନ ରହିଥିବାବେଳେ ମୁହଁ କଳା କାହିଁକି ?