ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ

Published By : Ankita S | June 4, 2025 12:43 PM

ନୂଆଦିଲ୍ଲୀ,୦୪/ ୦୬: ବଢିଲା କରୋନା ଭୟ । ଦେଶରେ ଲମ୍ପଡ଼ିଆଁ ମାରିଛି ସଂକ୍ରମଣ । ୫ ହଜାର ମୁହାଁ ହୋଇଛି ପଜିଟିଭ । ଦେଶରେ ୨୪ ଘଣ୍ଟାରେ ୨୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମିତ କେସ୍‌ ୪,୩୦୨ ରେ ପହଞ୍ଚିଛି । ପୁଣି ଲକଡାଉନ୍ ଫେରିବା ଆଶଙ୍କା ଉପୁଜିଛି ।

କରୋନାର ନୂଆ ଭାରିଏଣ୍ଟ କାୟାରେ ଦିନକୁ ଦିନ ସଂକ୍ରମଣ ବଢୁଛି । ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ମାମଲା ୪,୩୦୨ରେ ପହଞ୍ଚିଛି । ଏହା ସହିତ ୭ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି । ସଂକ୍ରମଣ ବଢୁଥିବାରୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ଦିଲ୍ଲୀ ଉତ୍ତରପ୍ରଦେଶ ଏବଂ ପଶ୍ଚିବଙ୍ଗରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୨୮୧ ସୁସ୍ଥ ହୋଇଛନ୍ତି ।

କେଉଁଠି କେତେ ଆକ୍ଟିଭ କେସ୍‌- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉତ୍ତରପ୍ରଦେଶ ୬୩, ଦିଲ୍ଲୀରେ ୬୪ ସଂକ୍ରମିତ ହୋଇଛନ୍ତି । ସେହିପରି କେରଳରେ ୩୫ ନୂଆ ଆକ୍ଟିଭ କେସ୍ ଚିହ୍ନଟ ହୋଇଛି । ବର୍ତ୍ତମାନ କର୍ଣ୍ଣାଟକରେ ୩୨୪, କେରଳରେ ୧୩୭୪, ମହାରାଷ୍ଟ୍ରରେ ୫୧୦, ତାମିଲନାଡୁରେ ୨୧୬, ଉତ୍ତରପ୍ରଦେଶରେ ୨୦୧ ଏବଂ ପଶ୍ଚିମବଙ୍ଗରେ ୪୩୨ ଆକ୍ଟିଭ କେସ୍ ରହିଛି ।

ଅଧିକ ପଢନ୍ତୁ...କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ !

ଲ୍ୟାବ ପ୍ରସ୍ତୁତ ଅଛି, କରୋନା ଟେଷ୍ଟ ଚାଲିଛି- ସଂକ୍ରମଣ ବଢୁଥିବାରୁ ଲ୍ୟାବ ପ୍ରସ୍ତୁତ ରହିଛି । କରୋନା ଟେଷ୍ଟ ଚାଲିଛି । ଡାକ୍ତରଖାନାଗୁଡିକ ପ୍ରସ୍ତୁତ ରହିଛନ୍ତି । ସବୁ ରାଜ୍ୟ ସରକାର ସବୁ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ଓମିକ୍ରନର ସବଭାରିଏଣ୍ଟ LF.7,XFG,JN.1 ଏବଂ NB.1.8.1 କାରଣରୁ ସଂକ୍ରମଣ ବଢୁଛି । ଯଦିଓ ନୂଆ ଭାରିଏଣ୍ଟ ମାରାତ୍ମକ ନୁହେଁ କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହସ୍ପିଟାଲଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଏଣ୍ଟ ମାରାତ୍ମକ ନୁହେଁ ବୋଲି କହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.