ପ୍ରମୂଖ ଖବର
  • ଟାଙ୍ଗି: ବୋମାମାଡ କରି ଛଣଗିରି ଗ୍ରାମରେ ଥିବା ସୁନା ଦୋକାନରୁ ଲୁଟ୍
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

କଟନ୍‌ଫ୍ୟାବ୍‌-୨୦୨୫ ଶୁଭାରମ୍ଭ, ପୂଜା ଉତ୍ସବ ପାଇଁ ହସ୍ତଶିଳ୍ପ ବଜାର

Published By : Swapna Ray | August 24, 2025 12:52 PM

ଭୁବନେଶ୍ୱର, ୨୪।୮: ୟୁନିଟ୍‌-୩ ଖାରବେଳ ନଗର, ଗେଟ୍‌ ନଂ.୩ ପ୍ରଦର୍ଶନୀ ପଡିଆରେ ଶନିବାର ରେଶମ ଓ ସୂତା ବସ୍ତ୍ରର ସମ୍ଭାରକୁ ନେଇ କଟନ୍‌ଫ୍ୟାବ୍‌-୨୦୨୫ ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ୩୫ନଂ. ୱାର୍ଡ କର୍ପୋରେଟର ରଞ୍ଜୁଲତା ରାୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାର ଉଦ୍‌ଘାଟନ କରିଥିଲେ । ଏହି ମେଳା ପ୍ରତ୍ୟେହ ସକାଳ ୧୦ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଭୁବନେଶ୍ୱରରେ ୧୪ତମ ଥର ପାଇଁ ଆରମ୍ଭ ହୋଇଥିବା ଏହି ମେଳାରେ ମନସୁନ ସିଜିନ ଓ ବଡ଼ ପୂଜା ଉତ୍ସବ ପାଇଁ ହସ୍ତଶିଳ୍ପର ବଜାର ଖୋଲିଛି । ୧୨ଟି ରାଜ୍ୟର ୧୨୨ ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇଛନ୍ତି । 

ଲକ୍ଷ୍ନୌର ଚିକନୱାକ ଡ୍ରେସ ମ୍ୟାଟେରିଆଲ୍ସ, ଶାଢ଼ୀ, କୁର୍ତ୍ତା ପାଇଜାମା, ଟପ୍‌ସ, ଗୁଜୁରାଟର ଏଥିନିକ୍‌ ପ୍ରିଣ୍ଟ, କୁର୍ତ୍ତା, ଡ୍ରେସ, ରାଜସ୍ଥାନୀ ବ୍ଲକ ପ୍ରିଣ୍ଟେଡ୍‌, କୋଟା ଦରୀ ଡ୍ରେସ ମ୍ୟାଟେରିଆଲ୍ସ, ଲେଡିଜ କୁର୍ତ୍ତା, ଲେହେଙ୍ଗା-ଛୋଲି, ମଲ୍‌ମଲ, ବନେ୍ଧଜ ସୁଇଟ୍‌ସ, ସ୍କିଟ୍‌ସ-ଟପ, ସାଲୱାର ଏବଂ ଦୁପଟା, ପଞ୍ଜାବର ଫୁଲକରୀ ଡ୍ରେସ, ପଟିଆଲା ସାମଗ୍ରୀ, ମଧ୍ୟପ୍ରେଦେଶର ଚନ୍ଦେରୀ, ମହେଶ୍ୱରୀ, ବାଗ୍‌ ପ୍ରିଣ୍ଟ, ବାଟିକ୍‌ ପ୍ରିଣ୍ଟ ଡ୍ରେସ୍‌ ସାମଗ୍ରୀ, ପଶ୍ଚିମବଙ୍ଗର ଶାନ୍ତିନିକେତନ ତନ୍ତ, କନ୍ଥା, ଧକାଇ ଜାମଦାନୀ ଶାଢ଼ୀ, ଟସର ଡ୍ରେସ, ସିଫୋନ ଓ କ୍ରାପ୍‌, ଆନ୍ଧ୍ର ପ୍ରଦେଶର କଲାମକରୀ ଭେଜିଟେବୁଲ ହାୟଡ, ମଙ୍ଗଳଗିରି, ଗଢ଼ୱାଲ ଜରୀ ବର୍ଡର ଡ୍ରେସ, ତାମିଲନାଡୁର ମଦୁରାଇ ଶାଢ଼ୀ, ପର୍ଦା ଓ ବେଡ୍‌ କଭର୍ସ, ହିମାଚଳ ପ୍ରଦେଶର କଟନ କୁର୍ତ୍ତା, ଟପ୍‌ସ, ଉତ୍ତରପ୍ରଦେଶର ବନାରସ ସିଲ୍କ, କଟନ ଶାଢ଼ୀ, ସୁଇଟ୍ସ ମ୍ୟାଟେରିଆଲ୍ସ, ଛତିଶଗଡ଼ର ଶିଲ୍କ, କଟନ ଓ ଖଦୀ, ଝାଡ଼ଖଣ୍ଡର ଟସର ସିଲ୍କ ଡ୍ରେସ ଓ ଶାଢ଼ୀ, ଦିଲ୍ଲୀର ଚିକନ ଏମ୍ବ୍ରୋଡରୀ, ସୀତାପୁରୀର ଏକ୍ସପୋର୍ଟ କ୍ୱାଲିଟି ଦରି, ମ୍ୟାଟ୍‌ସ, ରନର, ବିଭିନ୍ନ ଗହଣା, ଷ୍ଟୋନ ଓ ମେଟାଲ ଗହଣା ଏଠାରେ ମିଳୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.