ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା

Published By : Suraj Kumar | November 20, 2024 4:33 PM

ଭୁବନେଶ୍ବର,୨୦।୧୧ : ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ।  ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା।   ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ।  ଏ ନେଇ ଉଚ୍ଚ ମାଧ୍ୟମିକ  ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।

 ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ରେଗୁରାଲ ଓ ଏକ୍ସ ରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ୧୮ରୁ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ  ଆରମ୍ଭ ହେବ। ଜାନୁୟାରୀ ୨ରୁ ୧୨ ଯାଏଁ  ପ୍ରାକ୍ଟିକାଲ  ପରୀକ୍ଷା ହେବ। ବିଜ୍ଞାନ ବିଭାଗ ପରୀକ୍ଷାର ପ୍ରଥମ ଦିନ ୧୮ ତାରିଖରେ ସାହିତ୍ୟ ପରୀକ୍ଷା ହେବ।  ସେହିପରି ୧୯ରେ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ସାହିତ୍ୟ ପରୀକ୍ଷା  କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.