ଭୁବନେଶ୍ବର,୨୦।୧୧ : ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ।  ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା।   ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ।  ଏ ନେଇ ଉଚ୍ଚ ମାଧ୍ୟମିକ  ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।

 ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ରେଗୁରାଲ ଓ ଏକ୍ସ ରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ୧୮ରୁ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ  ଆରମ୍ଭ ହେବ। ଜାନୁୟାରୀ ୨ରୁ ୧୨ ଯାଏଁ  ପ୍ରାକ୍ଟିକାଲ  ପରୀକ୍ଷା ହେବ। ବିଜ୍ଞାନ ବିଭାଗ ପରୀକ୍ଷାର ପ୍ରଥମ ଦିନ ୧୮ ତାରିଖରେ ସାହିତ୍ୟ ପରୀକ୍ଷା ହେବ।  ସେହିପରି ୧୯ରେ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ସାହିତ୍ୟ ପରୀକ୍ଷା  କରାଯିବ।