ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଭିତରକନିକାରେ କୁମ୍ଭୀର ଗଣନା‌ ଶେଷ : ଗତ ବର୍ଷ ତୁଳନାରେ ସଂଖ୍ୟା ବୃଦ୍ଧି, ୧୮୨୬ କୁମ୍ଭୀର ଚିହ୍ନଟ

Published By : Prameya | January 22, 2025 10:11 PM

କେନ୍ଦ୍ରାପଡା, ୨୨।୧ : ଭିତରକନିକାରେ ଶେଷ ହୋଇଛି କୁମ୍ଭୀର ଗଣନା । ଚଳିତବର୍ଷ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା । ଭିତରକନିକାରେ ୧୮୨୬ ଟି କୁମ୍ଭୀର ଗଣନା କରାଯାଇଛି । ଗତବର୍ଷ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ୧୫ଟି ବୃଦ୍ଧି ପାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ଏହି କୁମ୍ଭୀର ଗଣନା ୪ଟି ରେଞ୍ଜ ରେ ୩ ଦିନ ଧରି ଅନୁଷ୍ଟିତ ହୋଇଥିଲା। କନିକା, ରାଜନଗର ଗହୀରମଥା ଏବଂ ମହାକାଳପଡ଼ା ରେଞ୍ଜ ଅଞ୍ଚଳରେ ଥିବା ନଦୀ ନାଳରେ ଥିବା ବଉଳା କୁମ୍ଭୀର ଗଣନା କରାଯାଇଥିଲା। 

କୁମ୍ଭୀର ଗଣନା  ପାଇଁ ରାଜନଗର ବନଖଣ୍ଡର ୪ଟି ରେଂଜ୍‌ରେ ୨୨ଟି ଦଳ  ଗଣନା କରିଥିଲେ । ୧୯ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା । କନିକା ରେଂଜ୍‌ ପାଇଁ ୧୧ଟି ଦଳ,  ରାଜନଗର ରେଂଜ୍‌ ପାଇଁ ୭ଟି ଦଳ, ଗହୀରମଥା ରେଂଜ୍‌  ପାଇଁ ୨ଟି ଦଳ ଓ ମହାକାଳପଡା ରେଂଜ୍‌ ପାଇଁ ୨ଟି ଦଳ  ଗଠନ କରାଯାଇଥିଲା । ପ୍ରତ୍ୟେକ ଦଳରେ ୪/୫ ଜଣ  ଲେଖାଏଁ ଗଣନାକାରୀ ସାମିଲ ହୋଇ ଗଣନା କରିଥିଲେ ।

ରାଜନଗର ବନଖଣ୍ଡର ୪ଟି  ରେଂଜ୍‌ରେ କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ପ୍ରଶିକ୍ଷଣ ଶିବିରରେ  ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରୁ ଆସିଥିବା   ସିସିଏଫ୍‌ ସମ୍ୟକ ସାମନ୍ତରାୟ ଯୋଗ   ଦେଇଥିଲେ । ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ  ଡ. ସୁଧାକର କର ଓ ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡ. ଶିବ  ପ୍ରସାଦ ପରିଡ଼ା ଏହି ଶିବିରରେ ଯୋଗଦେଇ ଫରେଷ୍ଟର,   ଫରେଷ୍ଟଗାର୍ଡ ଓ ଅନ୍ୟ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ  ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସହକାରୀ ବନ  ସଂରକ୍ଷକ ପୁନମହୀରା ହାଁସଦା, ଗଗନ ବିହାରୀ ମଲ୍ଲିକ, ଭଦ୍ରକ ବନଖଣ୍ଡର ସହକାରୀ ବନ ସଂରକ୍ଷକ ସୁମିତି  ମହାନ୍ତି ଉପସ୍ଥିତ ଥିଲେ । ସହକାରୀ  ବନ ସଂରକ୍ଷକ ମାନସ ଦାସଙ୍କ ତତ୍ତ୍ୱାବଧାନରେ ଏହି  ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.