ଭୁବନେଶ୍ବର,୧୬/୧୨ : ସ୍ବାମୀ ଚନ୍ଦ୍ରଶେଖର ସାହୁ ଓ ପତ୍ନୀ ଝରଣା ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ସେୟାର ଟ୍ରେଡିଂ ଆଳରେ କମ୍ପାନୀ ଖୋଲି ଠକିଥିଲେ ଉଭୟ ଦମ୍ପତ୍ତି। ମାସକ ମଧ୍ୟରେ ଇନଭେଷ୍ଟମେଣ୍ଟର ଡବଲର ମୁନାଫା ଦେଇ ଠକିନେଇଥିଲେ ୨୦କୋଟି ଟଙ୍କା । ଏ ନେଇ ଠକେଇ ଟଙ୍କାକୁ ବିଭିନ୍ନ ରିଟେଲ ମାର୍ଟ ବିଜନେସ, ଫିସ ପାର୍ମିଂ, ହୋଟେଲ ବିଜନେସ ସମେତ ରିୟଲ ଇଷ୍ଟେଟରେ ମଧ୍ୟ ନିବେଶ କରିଥିଲେ। ଏମଏସ ଏଭରିଚ ଭେଞ୍ଚର ପ୍ରାଇଭେଟ ଲିମିଟେଡ ନାଁରେ ଅଫିସ ଖୋଲି ଅନେକ ଲୋକଙ୍କୁ ଏଭଳି ସେୟାର ଟ୍ରେଡିଂ ଆଳରେ ଚୁନା ଲଗାଇଥିଲେ ଦମ୍ପତ୍ତି।ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍।
ଚନ୍ଦ୍ରଶେଖର ଓ ଝରଣାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଟାଙ୍ଗର ଗାଁରେ । ତାଳଚେର ଓ ଭୁବନେଶ୍ୱରରେ ଥିବା ଅଫିସ ବନ୍ଦ କରି ଉଭୟ ଦମ୍ପତ୍ତି ଫେରାର ହୋଇଯାଇଥିଲେ। ଠକାମୀର ଶିକାର ହୋଇଥିବା ଜାଣି ନିବେଶକମାନେ EOWଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ତଦନ୍ତ କରି EOW ଉଭୟ ଦମ୍ପତ୍ତିଙ୍କୁ ଉତ୍ତରପ୍ରଦେଶ ଅଂଚଳରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣିଛନ୍ତି ।