ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୧ ଦିନରେ ଟଙ୍କା ଡବଲ୍‌...ବେଙ୍ଗାଲୁରୁରେ 'ଫିର୍ ହେରାଫେରି' ଖେଳ, କୋଟିି କୋଟି ଟଙ୍କା ଠକି ଦମ୍ପତି ଫେରାର

Published By : Ankita S | July 9, 2025 11:30 AM

ନୂଆଦିଲ୍ଲୀ,୦୯ /୦୭: ବଲିଉଡର ସୁପରହିଟ୍ ଫିଲ୍ମ 'ଫିର୍ ହେରାଫେରି' ତ ସମସ୍ତେ ଦେଖିଥିବେ । ସେ ଫିଲ୍ମରେ ଯେତେବେଳେ ୩ ସାଙ୍ଗଙ୍କୁ ଟଙ୍କା ଲୋଭ ଆସିଥିଲା । ରାତାରାତି ଧନୀ ହେବା ନିଶା ଚଢିଥିଲା । ରାଜୁ (ଅକ୍ଷୟ କୁମାର) ଶ୍ୟାମ (ସୁନୀଲ ସେଟ୍ଟୀ) ଏବଂ ବାବୁ ଭାଇୟା (ପରେଶ ରାୱଲ) ୩ ଜଣ  ଲକ୍ଷ୍ମୀ ଚିଟ୍ ଫଣ୍ଡର ପରିଚାଳିକା ଅନୁରାଧା (ବିପାଶା ବସୁ)ଙ୍କୁ ୧ କୋଟି ଟଙ୍କା ଦେଇଥିଲେ । ଶେଷରେ, ଯେତେବେଳେ ୩ଜଣ ୨୧ ଦିନ ପରେ ୧ କୋଟି ଟଙ୍କା ବଦଳରେ ୨ କୋଟି ଆଣିବାକୁ ଯାଆନ୍ତି, ଜାଣନ୍ତି ଯେ ଅନୁରାଧା, ଯାହାକୁ ସେମାନେ ଟଙ୍କା ଦେଇଥିଲେ, ସେ ସେମାନଙ୍କୁ ଲୁଟି ନେଇଛନ୍ତି । ଏ ତ ଥିଲା ଫିଲ୍ମ କାହାଣୀ । ହେଲେ ବାସ୍ତବରେ କିଛି ଏମିତି ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଙ୍ଗାଲୁରୁରେ ବଲିଉଡ୍‌ ଫିଲ୍ମ ‘ଫିର୍‌ ହେରାଫେରି’ର କାହାଣୀ ଭଳି ଏକ ମାମଲା ସାମ୍ନାକୁ ଆସିଛି । 

କେରଳର ଏକ ଦମ୍ପତି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତ ଟୋମି ଓ ସାଇନି ତାଙ୍କ ଫାଇନାନ୍ସ କମ୍ପାନିରେ ବିନିଯୋଗ କଲେ ବହୁ ଅଧିକ ରିଟର୍ଣ୍ଣ ଦେବା ଲୋଭ ଦେଖାଇ ଲୋକଙ୍କଠୁ ଟଙ୍କା ନେଉଥିଲେ ବୋଲି ଜଣାପଡି଼ଛି । ଏ ଦମ୍ପତ୍ତି  ଦୀର୍ଘ ୨୫ ବର୍ଷ ହେଲା ବେଙ୍ଗାଲୁରୁରେ ରହି ଆସୁଛନ୍ତି ।  ‘ଏ ଆଣ୍ଡ ଏ ଚିଟ୍‌ସ ଆଣ୍ଡ ଫାଇନାନ୍ସ’ ନାମକ ଏକ ଚିଟ୍‌ ଫଣ୍ଡ ସଂସ୍ଥା ଚଳାଉଥିଲେ । ସେଥିରେ ବିନିଯୋଗ କଲେ ଲୋକଙ୍କୁ ୧୫ରୁ ୨୦ ପ୍ରତିଶତ ରିଟର୍ଣ୍ଣ ଦେବାର ଲୋଭ ଦେଖାଉଥିଲେ । ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତି  ନିରନ୍ତର ରିଟର୍ଣ୍ଣ ଦେଇ ଆସୁଥିଲେ । ନିକଟରେ ଟଙ୍କା ଦେବା ବନ୍ଦ କରି ଫେରାର ହୋଇଯାଇଥିଲେ । 

ଅଧିକ ପଢନ୍ତୁ...ପୁଲୱାମା ଆକ୍ରମଣ ନେଇ ଚାଞ୍ଚଲ୍ୟକର ଖୁଲାସା : ଇ-କମର୍ସ ୱେବସାଇଟ୍‌ରୁ କିଣା ହୋଇଥିଲା ବିସ୍ଫୋରକ

ଏହାପରେ ସେମାନଙ୍କ କମ୍ପାନିରେ ଅର୍ଥ ବିନିଯୋଗ କରିଥିବା ପ୍ରାୟ ୩୦୦ ବିନିଯୋଗକାରୀ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ରାମମୂର୍ତ୍ତି ନଗର ପୁଲିସ ଷ୍ଟେସନରେ ଏତଲା ଦାଏର ହୋଇଛି । ଦମ୍ପତି ଲୋକଙ୍କୁ ସେମାନଙ୍କ ଜୀବନସାରାର ସଞ୍ଚିତ ଅର୍ଥ, ପିଲାଙ୍କ ଶିକ୍ଷା, ବିବାହ ଓ ମେଡିକାଲ୍‌ ଖର୍ଚ୍ଚ ବାବଦରେ ରଖିଥିବା ଅର୍ଥକୁ ସେମାନଙ୍କ କମ୍ପାନିରେ ବିନିଯୋଗ କରିବାକୁ ପ୍ରବର୍ତ୍ତାଉଥିଲେ । ଏହା ଏକ ସୁରକ୍ଷିତ ଆର୍ଥିକ ଯୋଜନା ଥିବାରୁ କିଛି ଲୋକ ନିଜ ସମ୍ପତ୍ତି ବିକ୍ରି କରି ବି ସେଥିରେ ବିନିଯୋଗ କରିଥିଲେ । ବର୍ତ୍ତମାନ କମ୍ପାନିର ଅଫିସ୍‌ ବନ୍ଦ ହୋଇଯାଇଛି । ଦମ୍ପତି ମୋବାଇଲ୍‌ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ହୋଇଯାଇଛନ୍ତି । ପୁଲିସ ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ତଲାସୀ କରୁଛି । ଦମ୍ପତି ସେମାନଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରି କରି ଫେରାର ହୋଇଥିବା ଆଶଙ୍କା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.