ସିମୁଳିଆ,୨୫/୦୫: ହୁତୁହୂତୁ ହୋଇ ଜଳିଗଲା କଣ୍ଟେନର ଗାଡି । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଠାରୁ ଦୁଇ କିଲୋମିଟର ଦୂର 16 ନଂ ଜାତୀୟ ରାଜପଥ ଭଗିଆ ଓଭରବ୍ରିଜ ଠାରେ ଏହି ଘଟଣା ଦେଖିବାକୁ ମିଳିଛି। ସେଫ ଏକ୍ସପ୍ରେସ କୋରିଅର ନେଇଯାଉଥିବା ଏକ କଣ୍ଟେନର ଗାଡିରେ ହଠାତ୍  ନିଆଁ ଲାଗିବାରୁ ଡ୍ରାଇଭର ଓ ହେଲଫର ଦୁଇଜଣ ଗାଡି ଛାଡି ଦେଇ ବାହାରକୁ ବାହାରି ଆସିଥିଲେ।

ସୂଚନା ଅନୁଯାୟୀ, ଦିଲ୍ଲୀରୁ କୋରିଅର ପାର୍ସଲ ବୋଝେଇ କରି ସେଫ ଏକାପ୍ରେସ କମ୍ପାନୀର ଏହି କଣ୍ଟେନର ଭୁବନେଶ୍ୱର କୁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଭଗିଆ ଓଭରବ୍ରିଜ ନିକଟରେ ହଟାତ ଗାଡ଼ିରୁ ନିଆଁ ବାହାରିଥିଲା। ସ୍ୱଳ୍ପ ସମୟ ଭିତରେ ଗାଡିଟି ସମ୍ପୂର୍ଣ୍ଣ ଜଳିବା ଆରମ୍ଭ କରିଥିଲା। ଡ୍ରାଇଭର ଏବଂ ହେଲଫର ସୁରକ୍ଷିତ ଥିବାବେଳେ ଜାତୀୟ ରାଜପଥରେ ଗାଡି ଅଟକି ରହିଛି।ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଛି।