ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

କର୍କଟ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କଠାରେ ଫୁସଫୁସ ଜନିତ ମୃତ୍ୟୁହାର ଅଧିକ, ସ୍ତନ କର୍କଟ କୋଷକୁ ସକ୍ରିୟ କରିପାରନ୍ତି କୋଭିଡ୍ ଏବଂ ଫ୍ଲୁ ଭାଇରସ୍

Published By : Swapna Ray | August 1, 2025 2:55 PM

ନୂଆଦିଲ୍ଲୀ, ୧।୮: 'ନେଚର' ପତ୍ରିକାରେ ପ୍ରକାଶିତ ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା । କରୋନା ମହାମାରୀ ସମୟରେ କର୍କଟ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କଠାରେ ବୃଦ୍ଧି ପାଉଛି ଫୁସଫୁସ ଜନିତ ମୃତ୍ୟୁହାର ଏବଂ ମେଟାଷ୍ଟାଟିକ୍ ରୋଗ । ସ୍ତନ କର୍କଟ କୋଷଗୁଡ଼ିକୁ ସକ୍ରିୟ କରିପାରନ୍ତି କୋଭିଡ୍ ଏବଂ ଫ୍ଲୁ ଭାଇରସ୍ । ଯାହା ମେଟାଷ୍ଟାଟିକ୍ ଟ୍ୟୁମର ହେବାର ଆଶଙ୍କା ବୃଦ୍ଧି କରେ । 

ଏକ ନୂତନ ଅଧ୍ୟୟନ ଅନୁଯାୟୀ, କୋଭିଡ ୧୯ ଏବଂ ଇନଫ୍ଲୁଏଞ୍ଜା ଭଳି ସାଧାରଣ ଶ୍ୱାସକ୍ରିୟା ସଂକ୍ରମଣ, ଫୁସଫୁସରେ ସୁପ୍ତ ସ୍ତନ କର୍କଟ କୋଷଗୁଡ଼ିକୁ ସକ୍ରିୟ କରିପାରେ । ଯାହା ନୂତନ ମେଟାଷ୍ଟାଟିକ୍ ଟ୍ୟୁମର ହେବାର ଆଶଙ୍କା ବୃଦ୍ଧି କରିଥାଏ । 'ନେଚର' ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମୂଷା ଉପରେ ଏହି ପରୀକ୍ଷଣ କରାଯାଇଥିଲା । ମାନବ ରୋଗୀଙ୍କ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, COVID-19 (SARS-CoV-2) ମହାମାରୀ ସମୟରେ କର୍କଟ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଫୁସଫୁସ ଜନିତ ମୃତ୍ୟୁହାର ଏବଂ ମେଟାଷ୍ଟାଟିକ୍ ରୋଗ ବୃଦ୍ଧି ପାଇଛି । 

ଆମେରିକାର ଆଲବର୍ଟ ଆଇନଷ୍ଟାଇନ୍ କଲେଜ ଅଫ୍ ମେଡିସିନର ଜୁଲିୟୋ ଅଗୁଇରେ-ଘିସୋ କହିଛନ୍ତି, "ଆମ ଗବେଷଣାରୁ ଜଣାପଡ଼ିଛି ଯେ, କର୍କଟ ରୋଗରୁ ଯେଉଁମାନେ ବର୍ତ୍ତିଯାଇଛନ୍ତି, ସେମାନେ ଶ୍ୱାସକ୍ରିୟା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍ । ଏଥିରେ ଟୀକାକରଣ ଏବଂ ଡାକ୍ତରଙ୍କ ପରାମର୍ଶ ଅନ୍ତର୍ଭୁକ୍ତ ।" ପୂର୍ବ ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରଦାହ ପ୍ରକ୍ରିୟା ସୁପ୍ତ କର୍କଟ କୋଷଗୁଡ଼ିକୁ ସକ୍ରିୟ କରିପାରେ । ଏହି କୋଷଗୁଡ଼ିକ ପ୍ରାଥମିକ ଟ୍ୟୁମରରୁ ଅଲଗା ହୋଇ ଅନ୍ୟ ଅଙ୍ଗକୁ ବ୍ୟାପିଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁପ୍ତ ରହିଥାଏ । କୋଭିଡ ମହାମାରୀ ସମୟରେ କର୍କଟ ରୋଗ ମୃତ୍ୟୁହାର ବୃଦ୍ଧି ଏହି ଧାରଣାକୁ ଦୃଢ଼ କରିଛି ଯେ, ଗମ୍ଭୀର ପ୍ରଦାହ ଏହି କୋଷଗୁଡ଼ିକୁ ସକ୍ରିୟ କରିପାରେ । 

ଗବେଷକମାନେ ମୂଷା ଉପରେ SARS-CoV-2 ଏବଂ ଇନଫ୍ଲୁଏଞ୍ଜା ଭାଇରସ ପରୀକ୍ଷା କରିଥିଲେ । ଉଭୟ ଭାଇରସ ଫୁସଫୁସରେ ନିଷ୍କ୍ରିୟ ଡିସିସିଗୁଡ଼ିକୁ ସକ୍ରିୟ କରିଥିଲେ, ଯାହା ଫଳରେ କିଛି ଦିନ ମଧ୍ୟରେ ମେଟାଷ୍ଟାଟିକ୍ କୋଷ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଥିଲା ଏବଂ ୨ ସପ୍ତାହ ଭିତରେ ମେଟାଷ୍ଟାଟିକ କ୍ଷତ ଦେଖାଯାଇଥିଲା । ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଏହି ପ୍ରକ୍ରିୟା ଇଣ୍ଟରଲ୍ୟୁକିନ୍-୬ ନାମକ ଏକ ପ୍ରୋଟିନ୍ ଦ୍ୱାରା ଘଟେ । ମାନବ ଡାଟାବେସର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, କର୍କଟ ରୋଗରୁ ବର୍ତ୍ତି ଯାଇଥିବା ଲୋକଙ୍କ ଶ୍ୱାସକ୍ରିୟା ସଂକ୍ରମଣ ପରେ ମେଟାଷ୍ଟାଟିକ ହେବାର ଆଶଙ୍କା ଅଧିକ ଥାଏ, ବିଶେଷକରି ପ୍ରଥମ ବର୍ଷରେ । ଏହି ଅଧ୍ୟୟନ କୋଭିଡ୍‌ ୧୯ ଟିକା ଉପଲବ୍ଧ ହେବା ପୂର୍ବରୁ କରାଯାଇଥିବା ନେଦରଲ୍ୟାଣ୍ଡର ୟୁଟ୍ରେଚ୍ଟ ବିଶ୍ୱବିଦ୍ୟାଳୟର ରୋଏଲ୍ ଭର୍ମୁଲେନ୍ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.