କଶୃପଡା,୨୮।୫ : କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତ ସୁକୁନାଭଟା ଗ୍ରାମରେ ଏକ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି  ବଳଦର ମୃତ୍ୟୁ ଘଟିଛି । ଉକ୍ତ ବଳଦଟି ସୁକୁନାଭଟା ଗ୍ରାମର ଡାକ୍ତର ନାଗଙ୍କର ବୋଲି ଜଣାପଡିଛି।  

ସୂଚନା ମୁତାବକ ଦୀର୍ଘ ଦିନ ଧରି ସୁକୁନାଭଟା ଗ୍ରାମରେ ଉକ୍ତ ମୁକୁଳା ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ତାର ବାଡ଼ ଦିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବଳଦର ମୃତ୍ୟୁ ବିଦ୍ୟୁତ୍ ବିଭାଗର ତ୍ରୁଟି ଯୋଗୁଁ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଡାକ୍ତରଙ୍କୁ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।