ପ୍ରମୂଖ ଖବର
  • ଭୁବନେଶ୍ୱର : ପାଣି ଫ୍ୟାକ୍ଟ୍ରିରେ ଦେଶୀ ମଦ କାରଖାନା: ଚଢାଉ କଲା ଅବକାରୀ ଟିମ୍‌, ବିପୁଳ ପରିମାଣର ମଦ ସହ ୪ ଗାଡ଼ି ଜବତ
  • ||
  • ୮ ରୁ ୯ ତାରିଖ ଯାଏ ବଦଳିବନି ପାଗ, ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା
  • ||
  • ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ
  • ||
  • କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍ ନିକଟରେ ଅଘଟଣ, ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

କେଉଁ କ୍ରିକେଟର ୟୁଟ୍ୟୁବ ଚ୍ୟାନେଲ ସବ୍ସକ୍ରାଇବରରେ ଏବଂ ଇନଷ୍ଟାଗ୍ରାମ ଫଲୋଅର୍ସରେ ଆଗରେ ଅଛନ୍ତି

Published By : Prameya | May 1, 2025 6:03 PM

ମୁମ୍ବାଇ, ୧/୫ :   ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ୟୁଟ୍ୟୁବରେ ସବ୍ସକ୍ରାଇବର ମାମଲାରେ ସବୁ କ୍ରିକେଟରର୍ସଙ୍କଠାରୁ ବହୁ ଆଗରେ ଅଛନ୍ତି । ତାଙ୍କ ଚ୍ୟାନେଲରେ ୪.୯୬ମିଲିୟନ ତଥା ପ୍ରାୟ ୫୦ଲକ୍ଷ ସବ୍ସକ୍ରାଇବର ଅଛନ୍ତି ।

ଇନଷ୍ଟାଗ୍ରାମରେ ଫଲୋଅର୍ସ ମାମଲାରେ ବିରାଟ କୋହଲୀ ନମ୍ବର ଓ୍ବାନରେ ଅଛନ୍ତି । ବିରାଟ ଇନଷ୍ଟାଗ୍ରାମରେ ମୋଷ୍ଟ ପପୁଲାର ଇଣ୍ଡିଆନ ସେଲିବ୍ରେଟୀ ବି ଅଟନ୍ତି । ତାଙ୍କର ୨୭୧ମିଲିୟନ ଫଲୋଅର୍ସ ଅଛନ୍ତି ।

ପୂର୍ବତନ ପାକିସ୍ତାନ କ୍ରିକେଟର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରାୟ ୩.୮ମିଲିୟନ ସବ୍ସକ୍ରାଇବର ଅଛନ୍ତି । ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ୍ କରି ଦିଆଯାଇଛି । 

ସେହିଭଳି ପୂର୍ବତନ ପାକିସ୍ତାନ କ୍ରିକେଟର ରମିଜ ରାଜାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧.୭ମିଲିୟନରୁ ଅଧିକ ସବ୍ସକ୍ରାଇବର୍ସ ଅଛନ୍ତି । କିନ୍ତୁ ତାଙ୍କର ବି ଚ୍ୟାନେଲ ଭାରତ ସରକାରଙ୍କ ଦ୍ବାରା ପହଲଗାମ ଆତଙ୍କୀ ଆକ୍ରମଣକୁ ଦେଖି ବ୍ୟାନ୍ କରି ଦିଆଯାଇଛି ।

ସଚିନ ତେନ୍ଦୁଲକରଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧.୭୩ମିଲିୟନ ସବ୍ସକ୍ରାଇବର୍ସ ଅଛନ୍ତି । ସେ ପ୍ରାୟ ସମୟରେ ଭିଡ଼ିଓ ପକାଇଥାନ୍ତି । ସେହିଭଳି ରବିଚନ୍ଦ୍ରନ ଅଶ୍ବିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧.୬୭ମିଲିୟନ ସବ୍ସକ୍ରାଇବର୍ସ ଅଛନ୍ତି ।

 ଯଦି ଆମେ ଇନଷ୍ଟାଗ୍ରାମ ଫଲୋଅର୍ସ କଥା କହିବା ତେବେ କୋହଲୀଙ୍କ ପରେ କ୍ରିକେଟରଙ୍କ ଭଗବାନ କୁହାଯାଉଥିବା ସଚିନଙ୍କ ସବୁଠାରୁ ଅଧିକ ଫଲୋ କରିଥାନ୍ତି । ସଚିନଙ୍କ ଇନଷ୍ଟାଗ୍ରାମରେ ୫୦.୬ମିଲିୟନ ଫଲୋଅର୍ସ ଅଛନ୍ତି ।

ଏମଏସ ଧୋନୀ ଇନଷ୍ଟାଗ୍ରାମରେ ଅଧିକ ଆକ୍ଟିଭ ରହିନଥାନ୍ତି । ଏହା ପରେ ବି ଇନଷ୍ଟାଗ୍ରାମରେ ଫଲୋଅର୍ସ ମାମଲାରେ ସେ ତୃତୀୟ ନମ୍ବରରେ ଅଛନ୍ତି । ତାଙ୍କ ଇନଷ୍ଟାଗ୍ରାମରେ ୪୩.୫ମିଲିୟନ ଫଲୋଅର୍ସ ଅଛନ୍ତି । 

ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମରେ ୪୦.୬ମିଲିୟନ ଲୋକ ଫଲୋ କରିଥାନ୍ତି ।

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.