ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

Published By : Suraj Kumar | July 17, 2025 8:23 PM

ଭୁବନେଶ୍ବର,୧୭।୭ : ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।ଏଫଏମ କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ । ଆଇଜି ଏସ୍‌ ସାଇନି ଓ ତଦନ୍ତକାରୀ ଅଧିକାରୀ ଏଫଏମ କଲେଜରେ  ପହଞ୍ଚି ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ଇମାନ କଲ୍ୟାଣ ଓ ଆଉ ଜଣେ ସଦସ୍ୟ ରହିଛନ୍ତି। ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି। 

ସେହିପରି  କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ ଏସସିବିରେ ପହଞ୍ଚି ଚିକିତ୍ସାଧୀନ ଜ୍ୟୋତି ପ୍ରକାଶଙ୍କୁ ପଚରାଉଚରା କରିଛନ୍ତି। ପୀଡିତାଙ୍କୁ   ବଞ୍ଚାଇବାକୁ ଯାଇ ତାଙ୍କ ଶରୀର ପୋଡିଯାଇଛି। ଜ୍ୟୋତି ପ୍ରକାଶଙ୍କ ମା’ଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି।

ସୂଚନାଯୋଗ୍ୟ ଯେ, ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖରେ  କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ  ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିଲା।  ସୋମବାର ରାତିରେ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଘଟଣାରେ ଏଫ୍‌ଏମ୍ କଲେଜ ଅଧ୍ୟକ୍ଷ  ଓ ଏଚଓଡିଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ କରିଥିଲା। ଏଥିସହ ପୁଲିସ ଏଚଓଡି ସମୀର ସାହୁ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଥିଲା। 

କ୍ରାଇମବ୍ରାଞ୍ଚ ଡିଜିପି ବିନୟ ତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାକୁ ଏହି ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଡ଼ିଏସପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବ ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.