ଝାରସୁଗୁଡ଼ା,୨୨।୮  -  ଜୀବନ ନାଏକଙ୍କ ବୟାନ ରେକର୍ଡ l ପ୍ରାୟ ୧ ଘଣ୍ଟା ଧରି ପଚରାଉଚୁରା କଲା କ୍ରାଇମବ୍ରାଞ୍ଚ l ଘଟଣା ଦିନର ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଲେ ଜୀବନ l ସେ ନବ ଦାସଙ୍କ ପାଦ ଛୁଉଁ ଥିବାବେଳେ ତାଙ୍କ ବେକରେ ଗୁଳି ଘସି ହୋଇଯିବା ସହ ନବ ଦାସଙ୍କୁ ବାଜିଥିବା କହିଲେ ଜୀବନ l

ସେହିପରି  ଶନିବାର ବ୍ରଜରାଜନଗର ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିଥିଲା । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚାଳନା ପରେ ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକ ସରୋଜ କୁମାର ସାଙ୍କର ବୟାନ ରେକର୍ଡ କରିଛି । 

କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଶୁକ୍ରବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଯାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ବିମାନବନ୍ଦର ନିର୍ଦ୍ଦେଶକ, ମୁଖ୍ୟ ସୁରକ୍ଷା ଅଧିକାରୀ,  ଟର୍ମିନାଲ ମ୍ୟାନେଜରଙ୍କ ବୟାନ ରେକର୍ଡ କରିଥିଲେ କ୍ରାଇମବ୍ରାଞ୍ଚ୍‌ ଅଧିକାରୀ । 

୨୦୨୩  ଜାନୁଆରୀ ୨୯ରେ ନବ ଦାସଙ୍କୁ ଗୁଳି କରାଯିବା ପରେ ଗାନ୍ଧିଛକସ୍ଥିତ ହତ୍ୟାକାଣ୍ଡସ୍ଥଳରୁ ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନା ଅଣାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଦର୍ଶାଇ  ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ଏହି ସମୟରେ ବିମାନବନ୍ଦରର ଯେଉଁ ଅଧିକାରୀମାନେ ଉପସ୍ଥିତ ଥିଲେ   ସେମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରାଯାଇଛି ।  ଏୟାର୍‌ ଆମ୍ବୁଲାନ୍ସର ଝାରସୁଗୁଡ଼ା ବିମାନବନ୍ଦରଠାରେ ଲ୍ୟାଣ୍ଡିଂ, ଡିପାରଚର୍‌ ସମୟର ସୂଚନା ସହ କର୍ମଚାରୀଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି ।