ଭୁବନେଶ୍ୱର,୨୬/୦୩: ବହୁ ଚର୍ଚ୍ଚିତ ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣାକୁ ହାତକୁ ନେଲା କ୍ରାଇମ୍ବ୍ରାଞ୍ଚ । ହତ୍ୟାକାରୀ ବାପା ପ୍ରକାଶକୁ ଗିରଫ କରି ବୁଧବାର ସିନ୍ ରିକ୍ରିଏସନ କରୁଛି ଧାନଚେଙ୍ଗଡ଼ା କ୍ରାଇମବ୍ରାଞ୍ଚ ଟିମ୍ । ଗତ ୧୦ତାରିଖରେ ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଗାଁରେ ଘଟିଥିଲା ଅଭାବନୀୟ ଘଟଣା।
ସୂଚନା ମୁତାବକ, ୨ୟ ବିବାହକୁ ବିରୋଧ କରିବାକୁ ନିଜର ଜନ୍ମ କଲା ଦୁଇ ପୁଅକୁ ହତ୍ୟା କରିଥିଲା ଜହ୍ଲାଦ ବାପା । ୧୦ ତାରିଖରେ ଦୁଇ ଭାଇଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଘଟଣାରେ ମାମୁଁ ଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ଧାନଚାଙ୍ଗଡ଼ା ଗ୍ରାମର ପ୍ରକାଶ ମହାନ୍ତି ଓ ଜେଜେ ମା ସୋରୀ ମହାନ୍ତି ରବିବାର ରାତିରେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ହତ୍ୟା କରିବାର ସାତ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ କିନ୍ତୁ ବାରମ୍ବାର ବିଫଳ ହୋଇଥିଲେ। ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ଲାଟିନ ଘରେ ଶୁଆଇ ଦେଇଥିଲେ । ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ । ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରୀ ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ସୁଭିନଥିଲା।
ପରେ ସାନ ପୁଅ ବିକାଶକୁ ତଣ୍ଟି ଚପି ହତ୍ୟା କରିଥିଲେ । ପରେ ଦୁଇ ଭାଇଙ୍କ ହାତ ବାନ୍ଧି ଗୋଟିଏ ରସିରେ ଓହଳାଇ ଦେଇଥିଲେ । ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ପ୍ରକାଶ । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସବୁ ସତ୍ୟ ସାମ୍ନାକୁ ଆସିଛି । ପୋଲିସ ଆଗରେ ସବୁ ସତ ମାନିଛି ପ୍ରକାଶ । ପ୍ରକାଶ ଓ ଜେଜେ ମା ସୌରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଅଧିକ ତଦନ୍ତ ପାଇଁ କେସ୍କୁ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇଥିଲା । ବୁଧବାର ଅଭିଯୁକ୍ତ ଜେଜେମାଆ ଓ ବାପାକୁ ନେଇ ସିନ୍ ରିକ୍ରିଏସନ କରୁଛି କ୍ରାଇମ୍ବ୍ରାଞ୍ଚ ।