ମାଲକାନଗିରି /ଏମ୍. ଭି-୭୯୦୧।୮: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍.ପି.ଭି-୮୩ ଗ୍ରାମ ପୋଖରୀରେ କୁମ୍ଭୀର ବୁଲୁଥିବାର ଦେଖି ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡ଼ିଥିବା ବେଳେ ପୋଖରୀକୁ ନ ଯିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଫଳକ ଲଗା ଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ଏମ୍.ପି.ଭି-୮୩ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ତିନି ଚାରୋଟି କୁମ୍ଭୀର ଚାଲି ଆସିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି l ଗ୍ରାମବାସୀ ସେହି କୁମ୍ଭୀର ଗୁଡିକୁ ଦେଖିବା ପରେ ଏମ୍. ଭି-୭୯ ବନବିଭାଗକୁ ସୂଚନା ଦେଇଥିଲେ l ତେଣୁ ବନବିଭାଗର କର୍ମଚାରୀ ମାନେ ଆସି ସେହି ପୋଖରୀ କୁ ନ ଯିବାପାଇଁ ଏକ ବେନର ଲଗାଇ ଜନସାଧାରଣଙ୍କୁ ସତର୍କ କରେଇଛନ୍ତି l ଯେଉଁଥିରେ କୁମ୍ଭୀର ପ୍ରତି ସାବଧାନ ବୋଲି ଲେଖା ହେବା ସହ ପୋଖରୀକୁ ଯିବା ପାଇଁ ମଧ୍ୟ ମନା କରିଛନ୍ତି ଏମ୍.ଭି-୭୯ ବନ ବିଭାଗର ଅଧିକାରୀl ଏହି ପୋଖରୀରେ କୁମ୍ଭୀରଟିକୁ ଦେଖି ଏହି ଗ୍ରାମବାସୀ ସହ ଆଖପାଖ ଲୋକ ଭୟଭିତ ଅବସ୍ଥାରେ ଅଛନ୍ତି l ଏଭଳି ଘଟଣା ଏହି ଅଞ୍ଚଳରେ ଦେଖିବା ପାଇଁ ମିଳି ନଥିବା ବେଳେ କେମିତି ପୋଖରୀରୁ ଏହି କୁମ୍ଭୀରକୁ ଉଦ୍ଧାର କରିବେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଗ୍ରାମବାସୀ ପୋଖରୀ ଭିତରକୁ ଯିବାପାଇଁ ଡରୁଥିବା ବେଳେ ବନ ବିଭାଗ ପକ୍ଷରୁ ପୋଖରୀକୁ ଯିବା ପାଇଁ ବାରଣ ପୂର୍ବକ ପୋଷ୍ଟର ମଧ୍ୟ ଲଗାଯାଇଛି। ଏହା ସହ ବନ ବିଭାଗର କର୍ମଚାରୀ ଓ ରେପିଡି ରେସପନ୍ସ ଟିମ ମାଲକାନଗିରିରୁ ଆସି ଏହି କୁମ୍ଭୀରକୁ କିଭଳି ଉଦ୍ଧାର କରାଯିବ ତାହାର ଚେଷ୍ଟା ଚଳେଇଛନ୍ତି l