ନୂଆଦିଲ୍ଲୀ: ପଞ୍ଜାବରେ ସୀମା ସେପଟୁ ଡ୍ରଗ୍ସ ଚୋରା ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଧାଫାଶ କରିଛି ପୋଲିସ । ଏମାନଙ୍କ ନିକଟରୁ ୧୦୫ କିଲୋଗ୍ରାମ ହେରୋଇନ ଉଦ୍ଧାର କରାଯାଇଛି । ଏନେଇ ରବିବାର ଦିନ ପଂଜାବ ପୋଲିସ କହିଛି ଯେ, ଏହି ଘଟଣାରେ ଦୁଇଜମଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ୍ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି ଯେ, ପାକିସ୍ତାନରୁ ଡ୍ରଗ୍ସ ଆଣିବା ପାଇଁ ସମୁଦ୍ର ମାର୍ଗ ବ୍ୟବହାର କରାଯାଇଥିଲା । ଏଥିପାଇଁ ଟାୟାରର ବଡ଼ ରବର ଟ୍ୟୁବ୍ ବ୍ୟବହାର କରାଯାଇଥିଲା । ଏଗୁଡିକୁ ଉଦ୍ଧାର କରାଯାଇଛି ।
ସେ କହିଛନ୍ତି ଯେ, ବିଦେଶରେ ରହୁଥିବା ଡ୍ରଗ୍ ଚୋରା କାରବାରର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ପାଞ୍ଚଟି ବିଦେଶୀ ପିସ୍ତଲ ଏବଂ ଗୋଟିଏ ଦେଶୀ ତିଆରି ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି । ପଞ୍ଜାବ ପୋଲିସର ମହାନିର୍ଦ୍ଦେଶକ ଗୌରବ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ କହିଛନ୍ତି ଯେ ପଞ୍ଜାବରେ ଏକ ଗୁପ୍ତଚର ଅପରେସନ ସମୟରେ ସୀମା ପାର ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗକୁ କାବୁ କରାଯାଉଛି । ସେମାନଙ୍କ ନିକଟରୁ ୧୦୫ କିଲୋଗ୍ରାମ ହିରୋଇନ, ୩୧.୯୩ କିଲୋଗ୍ରାମ କ୍ୟାଫେନ୍ ଏନହାଇଡ୍ରସ୍, ୧୭ କିଲୋଗ୍ରାମ ଡିଏମଆର, ପାଞ୍ଚଟି ବିଦେଶୀ ପିସ୍ତଲ ଏବଂ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ ଉଦ୍ଧାର କରାଯାଇଛି ।
ସେ କହିଛନ୍ତି ଯେ ଗିରଫ ଅଭିଯୁକ୍ତ ନବଜୋତ ସିଂ ଏବଂ ଲଭପ୍ରୀତ କୁମାର ବୋଲି ଜଣାପଡିଛି । ଏହି ଘଟଣାରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ଡ୍ରଗ୍ ଚୋରା ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଚାଲିଛି।