କଟକ, ୩୧/୭ :  ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ସିଆରପି ଏବଂ ସିଏମ କର୍ମୀମାନେ ଆଗକୁ ଆଉ ଦରମା ପାଇବେ ନାହିଁ, ବରଂ ସେମାନଙ୍କୁ ମିଳିବ ଭତ୍ତା । ଯାହାକୁ ବିରୋଧ କରିଛି ଅଲ ଓଡିଶା crp, cm ସଙ୍ଘ। ଆଜି କଟକ ଜିଲ୍ଲାପାଳ ଅଫିସ ଆଗରେ ସଙ୍ଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେମାନଙ୍କ ଦାବି ସରକାର ମାନି ନେବାକୁ ସଙ୍ଘ ଦାବି କରିଛି । ପୂର୍ବରୁ ସେମାନେ ମାସିକ ୬ ହଜାର ୧୦୦ ଟଙ୍କା ହିସାବରେ ଦରମା ପାଉଥିଲେ । କିନ୍ତୁ ଆଗକୁ ଭତ୍ତା ବଦଳରେ ମାସିକ ୧୦ ହଜାର ଟଙ୍କା ଦରମା, ଅନ ଲାଇନ କାମ କରିବା ଲାଗି ପ୍ରତ୍ୟେକ କର୍ମୀଙ୍କୁ ଟ୍ୟାବ ଯୋଗାଇଦେବା ଏବଂ ସମସ୍ତଙ୍କୁ ବୀମା ଭୁକ୍ତ କରିବା ଲାଗି ସଙ୍ଘ ଦାବି କରିଛି ।