ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଉଜ୍ଜ୍ୱଳ ଚେହେରା ଓ ସୁନ୍ଦର କେଶ ପାଇଁ ଖୁବ୍ ଉପଯୋଗୀ କାକୁଡ଼ି, ଏମିତି କରନ୍ତୁ ବ୍ୟବହାର

Published By : Prameya | March 27, 2025 8:06 PM

ନୂଆଦିଲ୍ଲୀ : ଥଣ୍ଡା ଥଣ୍ଡା ରିଫ୍ରେଶିଂ କାକୁଡ଼ି ଖାଇବାର ମଜା ନିଆରା। ଏହାସହ ଏହାର ବ୍ୟୁଟି ବେନିଫିଟ୍ସ ମଧ୍ୟ କିଛି କମ୍‌ ନୁହେଁ। ଗରମ ଦିନରେ ଏହା ଆମ ସମସ୍ତଙ୍କର ଡାଇଟ୍‌ର ବଡ଼ ଜରୁରୀ ଭାଗ ପାଲଟି ଯାଏ। ଶରୀରକୁ ହାଇଡ୍ରେଟ୍‌ ରଖିଥାଏ ଏବଂ ଫାଇବର ସର୍ବାଧିକ ଥିବା କାରଣରୁ ୱେଟ୍‌ ମ୍ୟାନେଜମେଣ୍ଟରେ ମଧ୍ୟ ବଡ଼ ପ୍ରଭାବଶାଳୀ ହୋଇଥାଏ। ମୋଟ ଭାବେ କହିଲେ, ନିଜକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ହେଲେ କାକୁଡ଼ିକୁ ଖୁବ୍‌ ଖାଆନ୍ତୁ। କିନ୍ତୁ କାକୁଡ଼ିରୁ ପୂରା ବ୍ୟୁଟି ବେନିଫିଟ୍ସ ପାଇବାକୁ ଚାହିଁଲେ ଆପଣ ଏହାକୁ ନିଜର ବ୍ୟୁଟି ରୁଟିନର ମଧ୍ୟ ଅଂଶ ବିଶେଷ କରି ପାରିବା। ଆଜି ଆମେ ଆପଣଙ୍କୁ କାକୁଡ଼ି ସହ ଜଡ଼ିତ କିଛି ବ୍ୟୁଟି ଟିପ୍ସ କହୁଛୁ , ଯାହାକୁ ଆପଣ ଏହି ଗ୍ରୀଷ୍ମ ସିଜନରେ ବ୍ୟବହାର କରି ପାରିବେ। ଏହି ବ୍ୟୁଟି ଟିପ୍ସ ଆପଣଙ୍କୁ ନ୍ୟାଚୁରାଲ ବ୍ୟୁଟିଫୁଲ୍‌ କରିବାରେ ସାହାଯ୍ୟ କରିବ। 

ଫଟାଫଟ୍ ଗ୍ଲୋଇଂ ସ୍କିନ୍‌ ଦେବ ଏହି ଫେସ୍‌ ପ୍ୟାକ୍‌

ଫଟାଫଟ ଗ୍ଲୋଇଂ ସ୍କିନ୍‌ ପାଇବାକୁ ଚାହୁଁ ଥିଲେ, କାକୁଡ଼ି ଏଥିରେ ଆପଣଙ୍କୁ ଖୁବ୍‌ ସାହାଯ୍ୟ କରିପାରେ। ଏଥିପାଇଁ ଗୋଟିଏ କାକୁଡି ନିଅନ୍ତୁ ଏବଂ ଏହାକୁ ମିସ୍କରରେ ମିଶାଇ ଏହାର ଜୁସ୍‌ ବାହାର କରି ଦିଅନ୍ତୁ। ଆପଣ ଏଥିରେ ଚିଲ୍ଡ ୱାଟରର ବ୍ୟବହାର କରି ପାରନ୍ତି। ଏବେ କାକୁଡ଼ିର ଜୁସ୍‌ ନିଅନ୍ତୁ ଏବଂ ଏହାକୁ ନିଜର ସଫା ଚେହେରାର କଟନ୍‌ ପ୍ୟାଡ୍‌ର ସାହାଯ୍ୟରେ ଆପ୍ଲାଇ କରି ନିଅନ୍ତୁ। ଆପଣ ଏଥିରେ ଗୋଲାପ ଜଳ , ଏଲୋବେରା ଜେଲ୍‌ ବା କିଛି ଲେମ୍ୱୁର ବୁନ୍ଦା ମଧ୍ୟ ଆଡ୍‌ କରି ପାରନ୍ତି। କାକୁଡ଼ିର ଏହି ଫେସ୍‌ ପ୍ୟାକ୍‌ ଆପଣଙ୍କ ସ୍କିନକୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିବ। କାକୁଡ଼ି ଆପଣଙ୍କ ସ୍କିନ୍‌କୁ ଡିପ୍‌ କ୍ଲିନ୍‌ ମଧ୍ୟ କରିବ ଏବଂ ଲୋମ ଛିଦ୍ରରେ ଯାଉଥିବା ମଇଳା, ଧୂଳି ମାଟି ଓ ଅତିରିକ୍ତ ଅଏଲକୁ ମଧ୍ୟ ବାହାର କରି ପାରିବ। ମିନିଟ୍‌ରେ ଫ୍ରେଶ୍‌ ଗ୍ଲୋଇଂ ସ୍କିନ୍‌ ଚାହାନ୍ତି ତ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ। 

ଗରମରେ ଟାନିଂ ଓ ସନବର୍ନକୁ ଏମିତି ହଟାନ୍ତୁ –

ଖରା ଦିନେ ଯେତେ ଯାହା ବି ଉପାୟ ଆପଣାନ୍ତୁ , କିଛି ମାତ୍ରାରେ ବି ଖରା ପ୍ରଭାବରେ ଆସିବା ଦ୍ୱାରା ଫେସ୍‌ରେ ଟାନିଂ ବା ସନବର୍ନର ସମସ୍ୟା ହୋଇଯାଏ। ଏଥିରେ ମଧ୍ୟ ଏକ ଫ୍ରେଶ୍‌ କାକୁଡ଼ି ଆପଣଙ୍କର ସାହାଯ୍ୟ କରିପାରେ। ଏଥିପାଇଁ କାକୁଡ଼ିର ଜୁସ୍‌ ବାହାର କରନ୍ତୁ ଏବଂ ଏଥିରେ ଲେମ୍ୱୁର କିଛି ବୁନ୍ଦା ମିଶାନ୍ତୁ। ଏହି ଘରୋଇ ପ୍ରସ୍ତୁତ ଆପଣଙ୍କ ଫେସ୍‌କୁ ଟାନିଂ ଓ ସନବର୍ନରୁ ଇନଷ୍ଟାଣ୍ଟ ରିଲିଫ୍‌ ଦେବ। ଏହାକୁ ଆହୁରି ଇଫେକ୍ଟିଂ କରିବା ପାଇଁ ଆପଣ କାକୁଡ଼ିକୁ ବା ପୁଣି ଏହି ପ୍ୟାକକୁ ଫ୍ରିଜ୍‌ରେ ଥଣ୍ଡା ହେବା ପାଇଁ ରଖି ପାରନ୍ତି। ଏହି ଥଣ୍ଡା-ଥଣ୍ଡା ପ୍ୟାକ୍‌ ଗ୍ରୀଷ୍ମ ରେ ଆପଣଙ୍କୁ ରିଫ୍ରେସିଂ ଓ ଫ୍ରେଶ୍‌ କମ୍ପ୍ଲେକ୍ସନ ଦେବାରେ ସାହାଯ୍ୟ କରିବ। 

ଡାର୍କ ସର୍କଲ ଓ ଶୁଷ୍କ ଭଳି ଦେଖାଯାଉ ଥିବା ଆଖିରୁ ମୁକ୍ତି ପାଆନ୍ତୁ- 

ଆଖି ତଳେ ଡାର୍କ ସର୍କଲ ବଢି ଗଲେ ବା ପୁଣି ଶୁଖିବା ଆଖି ଅର୍ଥାତ୍‌ ଆଖି ଶୁଖିଲା ଶୁଖିଲା ଲାଗୁ ଥିଲେ , କାକୁଡ଼ିର ବ୍ୟବହାର ଖୁବ୍‌ ଇଫେକ୍ଟିଭ୍‌ ହୋଇ ପାରେ। ଏଥିପାଇଁ ଫ୍ରିଜ୍‌ରୁ ଥଣ୍ଡା କାକୁଡ଼ି ଆଣି ଏହାକୁ ପତଳା ଗୋଳାକାର ଭାବେ କାଟନ୍ତୁ। ଏହି ଗୋଲିଆ କାକୁଡ଼ି ପାଳିଆକୁ ଆଖି ଉପରେ କିଛି ସମୟ ରଖନ୍ତୁ ଏବଂ ନିଜକୁ ରିଲାକ୍ସ କରନ୍ତୁ। ପ୍ରତିଦିନ ୧୦ ମିନିଟ୍‌ ଏହି ଛୋଟିଆ ଟିପ୍‌ସକୁ ଫଲୋ କଲେ ଡାର୍କ ସର୍କଲରୁ ମୁକ୍ତି ପାଇବାରେ ଖୁବ୍‌ ସାହାଯ୍ୟ ମିଳିବ। 

କେଶ ପାଇଁ ବି ବେଷ୍ଟ କାକୁଡ଼ି – କେଶକୁ ହାଇଡ୍ରେଟ୍‌ , ସଫ୍ଟ ଓ ସେଲ୍ଫି କରି ରଖିବାରେ ମଧ୍ୟ କାକୁଡ଼ି ଆପଣଙ୍କର ସାହାଯ୍ୟ କରି ପାରେ। ଏଥିପାଇଁ କାକୁଡ଼ିର ରସ ବାହାର କରନ୍ତୁ ଏବଂ ଏଥିରେ ମହୁ, ଆଲବେରା ଓ ମୁଲତାନି ମାଟି ପକାଇ ଏକ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ। ଆପଣ ନିଜ ହିସାବରେ ଏଥିରେ କୌଣସି ବି ଜିନିଷ ପକାଇ ପାରିବେ। ଏବେ ଏହି ପ୍ୟାକକୁ ନିଜର କେଶରେ କିଛି ସମୟ ପାଇଁ ଲଗାଇ ରଖନ୍ତୁ ଏବଂ ପୁଣି ଦେଖନ୍ତୁ କମାଲ। ଆପଣଙ୍କ କେଶରେ ପୂରା ନୂତନତା ଆସି ଯିବ ଏବଂ ଆପଣଙ୍କ କେଶରେ କୋମଳତା ଓ ଉଜ୍ଜ୍ୱଳତା ନଜର ଆସିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.