ନୂଆଦିଲ୍ଲୀ : ଥଣ୍ଡା ଥଣ୍ଡା ରିଫ୍ରେଶିଂ କାକୁଡ଼ି ଖାଇବାର ମଜା ନିଆରା। ଏହାସହ ଏହାର ବ୍ୟୁଟି ବେନିଫିଟ୍ସ ମଧ୍ୟ କିଛି କମ୍‌ ନୁହେଁ। ଗରମ ଦିନରେ ଏହା ଆମ ସମସ୍ତଙ୍କର ଡାଇଟ୍‌ର ବଡ଼ ଜରୁରୀ ଭାଗ ପାଲଟି ଯାଏ। ଶରୀରକୁ ହାଇଡ୍ରେଟ୍‌ ରଖିଥାଏ ଏବଂ ଫାଇବର ସର୍ବାଧିକ ଥିବା କାରଣରୁ ୱେଟ୍‌ ମ୍ୟାନେଜମେଣ୍ଟରେ ମଧ୍ୟ ବଡ଼ ପ୍ରଭାବଶାଳୀ ହୋଇଥାଏ। ମୋଟ ଭାବେ କହିଲେ, ନିଜକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ହେଲେ କାକୁଡ଼ିକୁ ଖୁବ୍‌ ଖାଆନ୍ତୁ। କିନ୍ତୁ କାକୁଡ଼ିରୁ ପୂରା ବ୍ୟୁଟି ବେନିଫିଟ୍ସ ପାଇବାକୁ ଚାହିଁଲେ ଆପଣ ଏହାକୁ ନିଜର ବ୍ୟୁଟି ରୁଟିନର ମଧ୍ୟ ଅଂଶ ବିଶେଷ କରି ପାରିବା। ଆଜି ଆମେ ଆପଣଙ୍କୁ କାକୁଡ଼ି ସହ ଜଡ଼ିତ କିଛି ବ୍ୟୁଟି ଟିପ୍ସ କହୁଛୁ , ଯାହାକୁ ଆପଣ ଏହି ଗ୍ରୀଷ୍ମ ସିଜନରେ ବ୍ୟବହାର କରି ପାରିବେ। ଏହି ବ୍ୟୁଟି ଟିପ୍ସ ଆପଣଙ୍କୁ ନ୍ୟାଚୁରାଲ ବ୍ୟୁଟିଫୁଲ୍‌ କରିବାରେ ସାହାଯ୍ୟ କରିବ। 

ଫଟାଫଟ୍ ଗ୍ଲୋଇଂ ସ୍କିନ୍‌ ଦେବ ଏହି ଫେସ୍‌ ପ୍ୟାକ୍‌

ଫଟାଫଟ ଗ୍ଲୋଇଂ ସ୍କିନ୍‌ ପାଇବାକୁ ଚାହୁଁ ଥିଲେ, କାକୁଡ଼ି ଏଥିରେ ଆପଣଙ୍କୁ ଖୁବ୍‌ ସାହାଯ୍ୟ କରିପାରେ। ଏଥିପାଇଁ ଗୋଟିଏ କାକୁଡି ନିଅନ୍ତୁ ଏବଂ ଏହାକୁ ମିସ୍କରରେ ମିଶାଇ ଏହାର ଜୁସ୍‌ ବାହାର କରି ଦିଅନ୍ତୁ। ଆପଣ ଏଥିରେ ଚିଲ୍ଡ ୱାଟରର ବ୍ୟବହାର କରି ପାରନ୍ତି। ଏବେ କାକୁଡ଼ିର ଜୁସ୍‌ ନିଅନ୍ତୁ ଏବଂ ଏହାକୁ ନିଜର ସଫା ଚେହେରାର କଟନ୍‌ ପ୍ୟାଡ୍‌ର ସାହାଯ୍ୟରେ ଆପ୍ଲାଇ କରି ନିଅନ୍ତୁ। ଆପଣ ଏଥିରେ ଗୋଲାପ ଜଳ , ଏଲୋବେରା ଜେଲ୍‌ ବା କିଛି ଲେମ୍ୱୁର ବୁନ୍ଦା ମଧ୍ୟ ଆଡ୍‌ କରି ପାରନ୍ତି। କାକୁଡ଼ିର ଏହି ଫେସ୍‌ ପ୍ୟାକ୍‌ ଆପଣଙ୍କ ସ୍କିନକୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିବ। କାକୁଡ଼ି ଆପଣଙ୍କ ସ୍କିନ୍‌କୁ ଡିପ୍‌ କ୍ଲିନ୍‌ ମଧ୍ୟ କରିବ ଏବଂ ଲୋମ ଛିଦ୍ରରେ ଯାଉଥିବା ମଇଳା, ଧୂଳି ମାଟି ଓ ଅତିରିକ୍ତ ଅଏଲକୁ ମଧ୍ୟ ବାହାର କରି ପାରିବ। ମିନିଟ୍‌ରେ ଫ୍ରେଶ୍‌ ଗ୍ଲୋଇଂ ସ୍କିନ୍‌ ଚାହାନ୍ତି ତ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ। 

ଗରମରେ ଟାନିଂ ଓ ସନବର୍ନକୁ ଏମିତି ହଟାନ୍ତୁ –

ଖରା ଦିନେ ଯେତେ ଯାହା ବି ଉପାୟ ଆପଣାନ୍ତୁ , କିଛି ମାତ୍ରାରେ ବି ଖରା ପ୍ରଭାବରେ ଆସିବା ଦ୍ୱାରା ଫେସ୍‌ରେ ଟାନିଂ ବା ସନବର୍ନର ସମସ୍ୟା ହୋଇଯାଏ। ଏଥିରେ ମଧ୍ୟ ଏକ ଫ୍ରେଶ୍‌ କାକୁଡ଼ି ଆପଣଙ୍କର ସାହାଯ୍ୟ କରିପାରେ। ଏଥିପାଇଁ କାକୁଡ଼ିର ଜୁସ୍‌ ବାହାର କରନ୍ତୁ ଏବଂ ଏଥିରେ ଲେମ୍ୱୁର କିଛି ବୁନ୍ଦା ମିଶାନ୍ତୁ। ଏହି ଘରୋଇ ପ୍ରସ୍ତୁତ ଆପଣଙ୍କ ଫେସ୍‌କୁ ଟାନିଂ ଓ ସନବର୍ନରୁ ଇନଷ୍ଟାଣ୍ଟ ରିଲିଫ୍‌ ଦେବ। ଏହାକୁ ଆହୁରି ଇଫେକ୍ଟିଂ କରିବା ପାଇଁ ଆପଣ କାକୁଡ଼ିକୁ ବା ପୁଣି ଏହି ପ୍ୟାକକୁ ଫ୍ରିଜ୍‌ରେ ଥଣ୍ଡା ହେବା ପାଇଁ ରଖି ପାରନ୍ତି। ଏହି ଥଣ୍ଡା-ଥଣ୍ଡା ପ୍ୟାକ୍‌ ଗ୍ରୀଷ୍ମ ରେ ଆପଣଙ୍କୁ ରିଫ୍ରେସିଂ ଓ ଫ୍ରେଶ୍‌ କମ୍ପ୍ଲେକ୍ସନ ଦେବାରେ ସାହାଯ୍ୟ କରିବ। 

ଡାର୍କ ସର୍କଲ ଓ ଶୁଷ୍କ ଭଳି ଦେଖାଯାଉ ଥିବା ଆଖିରୁ ମୁକ୍ତି ପାଆନ୍ତୁ- 

ଆଖି ତଳେ ଡାର୍କ ସର୍କଲ ବଢି ଗଲେ ବା ପୁଣି ଶୁଖିବା ଆଖି ଅର୍ଥାତ୍‌ ଆଖି ଶୁଖିଲା ଶୁଖିଲା ଲାଗୁ ଥିଲେ , କାକୁଡ଼ିର ବ୍ୟବହାର ଖୁବ୍‌ ଇଫେକ୍ଟିଭ୍‌ ହୋଇ ପାରେ। ଏଥିପାଇଁ ଫ୍ରିଜ୍‌ରୁ ଥଣ୍ଡା କାକୁଡ଼ି ଆଣି ଏହାକୁ ପତଳା ଗୋଳାକାର ଭାବେ କାଟନ୍ତୁ। ଏହି ଗୋଲିଆ କାକୁଡ଼ି ପାଳିଆକୁ ଆଖି ଉପରେ କିଛି ସମୟ ରଖନ୍ତୁ ଏବଂ ନିଜକୁ ରିଲାକ୍ସ କରନ୍ତୁ। ପ୍ରତିଦିନ ୧୦ ମିନିଟ୍‌ ଏହି ଛୋଟିଆ ଟିପ୍‌ସକୁ ଫଲୋ କଲେ ଡାର୍କ ସର୍କଲରୁ ମୁକ୍ତି ପାଇବାରେ ଖୁବ୍‌ ସାହାଯ୍ୟ ମିଳିବ। 

କେଶ ପାଇଁ ବି ବେଷ୍ଟ କାକୁଡ଼ି – କେଶକୁ ହାଇଡ୍ରେଟ୍‌ , ସଫ୍ଟ ଓ ସେଲ୍ଫି କରି ରଖିବାରେ ମଧ୍ୟ କାକୁଡ଼ି ଆପଣଙ୍କର ସାହାଯ୍ୟ କରି ପାରେ। ଏଥିପାଇଁ କାକୁଡ଼ିର ରସ ବାହାର କରନ୍ତୁ ଏବଂ ଏଥିରେ ମହୁ, ଆଲବେରା ଓ ମୁଲତାନି ମାଟି ପକାଇ ଏକ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ। ଆପଣ ନିଜ ହିସାବରେ ଏଥିରେ କୌଣସି ବି ଜିନିଷ ପକାଇ ପାରିବେ। ଏବେ ଏହି ପ୍ୟାକକୁ ନିଜର କେଶରେ କିଛି ସମୟ ପାଇଁ ଲଗାଇ ରଖନ୍ତୁ ଏବଂ ପୁଣି ଦେଖନ୍ତୁ କମାଲ। ଆପଣଙ୍କ କେଶରେ ପୂରା ନୂତନତା ଆସି ଯିବ ଏବଂ ଆପଣଙ୍କ କେଶରେ କୋମଳତା ଓ ଉଜ୍ଜ୍ୱଳତା ନଜର ଆସିବ।