ଭୁବନେଶ୍ୱର, ୦୨/୦୩: ସ୍ନାତକ  ନାମଲେଖା ପାଇଁ ଶନିବାରଠୁ ଆରମ୍ଭ ହୋଇଛି  ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା  (ସିୟୁଇଟି) ୟୁଜି ଆବେଦନ । ମାର୍ଚ୍ଚ ୨୨  ତାରିଖ ଯାଏ ଆବେଦନ ସୁଯୋଗ ମିଳିବ । ୨୩ ତାରିଖ ମଧ୍ୟରେ ଆବେଦନକାରୀ  ନିଜର ଫର୍ମ ଫି ଦାଖଲ କରିପାରିବେ । ମାର୍ଚ୍ଚ ୨୪ରୁ ୨୬ ତାରିଖ ମଧ୍ୟରେ ଫର୍ମ  ସଂଶୋଧନର ସୁଯୋଗ ମିଳିବ । ମେ ୮ରୁ  ଜୁନ୍‌ ୧ ତାରିଖ ମଧ୍ୟରେ ପରୀକ୍ଷା ହେବ ।  ସିୟୁଇଟି ୟୁଜି ନାମଲେଖା ଆବେଦନ  ପାଇଁ ସାଧାରଣ ବର୍ଗର ଶିକ୍ଷାର୍ଥୀ ୧୦୦୦ ଟଙ୍କା ଫର୍ମ ଫି ଦେବ । ଏଥିରେ ସର୍ବାଧିକ ୩ଟି ବିଷୟ ପାଇଁ ଆବେଦନ କରିପାରିବ ।  ଯଦି ଏବାଦ୍‌ ଅନ୍ୟ ବିଷୟ ପାଇଁ ଫର୍ମ  ପୂରଣ କରନ୍ତି ତେବେ ପ୍ରତି ବିଷୟ ପାଇଁ  ଆଉ ୪୦୦ ଟଙ୍କା ଅତିରିକ୍ତ । 

ସେହିପରି  ଓବିସି ଓ ଇଡବ୍ଲୁଏସ୍‌ ଆବେଦନକାରୀଙ୍କ  ପାଇଁ ୯୦୦ ଟଙ୍କା ରହିଛି । ଅତିରିକ୍ତ ବିଷୟ  ପାଇଁ ୩୭୫ ଟଙ୍କା ରହିଛି । ଏସ୍‌ସି, ଏସ୍‌ଟି,  ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗି ବର୍ଗର ଶିକ୍ଷାର୍ଥୀଙ୍କ  ପାଇଁ ୮୦୦ ଟଙ୍କା ରହିଛି । ୩ଟି ବିଷୟ  ବାଦ୍‌ ଅତିରିକ୍ତ ବିଷୟ ପାଇଁ ଆଉ ୩୫୦ ଟଙ୍କା ଦେବାକୁ ପଡ଼ିବ । ୩୭ଟି ବିଷୟରେ  ପରୀକ୍ଷା ହେବ । ଏଥିରୁ ୧୩ ଭାଷା ଓ ୨୩ଟି  ସ୍ୱତନ୍ତ୍ର ବିଷୟ ଓ ଗୋଟିଏ ଟି ଜେନେରାଲ୍‌ ଆପ୍ଟିଚ୍ୟୁଟ୍‌ ଟେଷ୍ଟ ହେବ । ପରୀକ୍ଷାରେ ଠିକ୍‌  ଉତ୍ତର ଦେଲେ ୫ ମାର୍କ ମିଳିବ । ଭୁଲ୍‌  ଥିଲେ ୧ ମାର୍କ ମାଇନସ୍‌ ହେବ । ପ୍ରତ୍ୟେକ ପେପରରେ ୫୦ଟି ପ୍ରଶ୍ନ ଆସିବ । ପ୍ରତ୍ୟେକ  ପେପରର ସମୟ ୧ ଘଣ୍ଟା ରହିବ ।