କଟକ ୩୧/୧୦: ଐତିହାସିକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ତଳ ପଡ଼ିଆରେ ଖୋଲିବ ଦହିବରା ହାଟ ।  ପ୍ରସିଦ୍ଧ ଦହିବରା ବ୍ୟବସାୟୀ ସ୍ୱର୍ଗତଃ ରଘୁନାଥ ସାସମଲଙ୍କ ଉଦ୍ଦେଶ୍ୟରେ ଖୋଲିବ ଏହି ହାଟ ।  ଯେଉଁଠି କଟକ ସହରରେ ଲୋକପ୍ରିୟ ୪ ଜଣ ଦହିବରା ବ୍ୟବସାୟୀ ପସରା ମେଲାଇବେ ।

ରାଜ୍ୟ  ସମେତ ରାଜ୍ୟ ବାହାରୁ ଆସୁଥିବା ଲୋକମାନେ  ମେଳା ବୁଲା ସାଙ୍ଗକୁ କଟକ ଦହିବରାର ଆନନ୍ଦ  ଉଠାଇପାରିବେ । ସାଧାରଣତଃ ଉପର ପଡ଼ିଆରେ  କଟକ ଦହିବରା ସମେତ ବିଭିନ୍ନ ପ୍ରସିଦ୍ଧ ଖାଦ୍ୟ ଷ୍ଟଲ୍‌  ଖୋଲିଥାଏ । କିନ୍ତୁ ଦହିବରାକୁ ଜିଆଇ ମାନ୍ୟତା  ପ୍ରଦାନ ଦାବିରେ ପ୍ରଶାସନ ପକ୍ଷରୁ ପ୍ରଥମ ଥର  ପାଇଁ ନିଆରା ପଦକ୍ଷେପ ନିଆଯାଉଛି । ଏଥିରେ  ଓରମାସ୍‌ ସମ୍ମୁଖରେ ଏକ ଦହିବରା ହାଟ ଖୋଲିବ ।  ସେଠାରେ କୃଷକ ବଜାରର ବାବୁଲା ଦହିବରାବିଡାନାସୀର ରଘୁ ଦହିବରା, କନିକା ଛକର ତ୍ରିନାଥ  ଦହିବରା ଓ ଚାନ୍ଦିନୀଚୌକର ସନ୍ତ ଦହିବରା  ମିଳିବ । ଯାହା ଖାଦ୍ୟପ୍ରେମୀଙ୍କୁ ବେଶ୍‌ ମାତ୍ରାରେ  ସୁହାଇବ ବୋଲି ଦହିବରା ସଂଘର ସଂପାଦକ  କେଦାରନାଥ ସାସମଲ୍‌ ସୂଚନା ଦେଇଛନ୍ତି ।