କଟକ ୦୬/୦୨: କୋର୍ଟକୁ ପୁଣି ଆସିଲା ବୋମା ଧମକ। କଟକ ଜିଲ୍ଲା ଜଜ୍ କୋର୍ଟକୁ ମେଲ୍ ଆସିଥିବା ସୂଚନା । ଧମକପୂର୍ଣ୍ଣ ମେଲ୍ ଆସିଥିବା ପ୍ରଚାର ହୋଇଥିଲା। ଏହି ଇମେଲ୍ ବୋମା ଧମକ ଦିଆଯାଇଥିବା ଜଣାପଡ଼ିଥିଲା। ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି।

​​​​​​​

ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। କିଏ ଇମେଲ୍ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଏହାରି ଭିତରେ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଆଇନଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ବୋମା ଧମକକୁ ମାସେ ପୂରୁନୁ ଘଟଣାର ପୁନରାବୃତ୍ତି ଘଟିଛି। 

ଅଧିକ ପଢ଼ନ୍ତୁ-ରାଜ୍ୟର ବିଭିନ୍ନ ଅଦାଲତକୁ ବୋମା ଧମକ : ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଇମେଲ୍, କୋର୍ଟ ପରିସରରେ ତନାଘନା​​​​​​​

​​​​​​​​​​​​​​​​​​​​ସୂଚନା ମୁତାବିକ, ପୂର୍ବରୁ ଜାନୁଆରୀ ୮ ତାରିଖରେ ଓଡ଼ିଶା ସମେତ ବିଭିନ୍ନ ସହରରେ ଥିବା କୋର୍ଟକୁ ବୋମାରେ ଉଡ଼ାଇବାକୁ ଆସିଲା ଧମକପୂର୍ଣ୍ଣ ମେଲ୍। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମଧ୍ୟ ଆସିଲା। ଏହି ସବୁ ନ୍ୟାୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଯାଇଥିଲେ। 

​​​​​​​

​​​​​​​