ଭୁବନେଶ୍ଵର, ୨୭/୧୧ : କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ନେଇ ନିର୍ଦ୍ଦେଶନାମା ସଂଶୋଧିତ। ୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବା ସୂଚନା। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସଂଶୋଧିତ ତାଲିକାରୁ ବାଦ୍ ପଡିଛନ୍ତି। ଜିଲ୍ଲା ପ୍ରଶାସନ କହିବା ମୁତାବକ ୩୬ ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିନାହାଁନ୍ତି। ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି। ଗତକାଲି ପ୍ରକାଶିତ ବିଜ୍ଞପ୍ତି ମୁତାବକ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ  ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା। ଏନେଇ କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ସୂଚନା ଦେଇଛନ୍ତି। 

ଅଧିକ ପଢନ୍ତୁ-ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା, ୯୧ ଅଧିକାରୀଙ୍କ ଦରମା ବନ୍ଦ