ସାଲେପୁର, ୧୩/୧୨ : ସ୍କୁଲରେ ଶିକ୍ଷକଙ୍କ ଗୁଲିଖଟି ପଡିଲା ମହଙ୍ଗା। ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ସୁପରିଶ କଲେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠି। କଟକ ସଦର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ଓରିକଣ୍ଟାରେ ଅବସ୍ଥିତ ଲାଲବାହାଦୁର ବିଦ୍ୟାପୀଠର ଶିକ୍ଷକମାନଙ୍କ ଦରମା ବନ୍ଦ ପାଇଁ ସୁପାରିଶ କରାଯାଇଛି।
ସୂଚନା ମୁତାବକ, କଟକ ସଦର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ଓରିକଣ୍ଟାରେ ଥିବା ଲାଲବାହାଦୁର ବିଦ୍ୟାପୀଠର ଶିକ୍ଷକମାନେ ସ୍କୁଲରେ ଗୁଲିଖଟି କରୁଥିବା ନେଇ ଅଭିଭାବକମାନେ ବିଧାୟକଙ୍କ ନିକଟରେ ଅଭିଯୋଗ କରିତିଲେ। ଅଭିଯୋଗ ଆଧାରରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠି ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ। ବିଧାୟକ ସ୍କୁଲକୁ ଯାଇ ପିଲାମାନେ ବାହାରେ ବୁଲୁଥିବା ଦେଖିବାକୁ ପାଇଲେ। ଏହା ସହ ୭ ଜଣ ଶିକ୍ଷକ ବସି ଗୁଲିଖଟି କରୁଥିବା ଦେଖିଲେ। ଏପରିକି କିଶି ଶିକ୍ଷକ ସ୍କୁଲରେ ଉପସ୍ଥିତ ନଥିଲେ। ବିଧାୟକ ଏସବୁ ଦେଖି ବିରକ୍ତି ପ୍ରକାଶ କରିଛନ୍ତି। ଏହା ସହ କାର୍ଯ୍ୟରେ ଅବହେଳା ପାଇଁ ୭ ଜଣ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି। ବିଧାୟକ ପିଲାମାନଙ୍କୁ ଡାକି ବିଭିନ୍ନ ବିଷୟ ଯଥା ଇଂରାଜୀ, ସଂସ୍କୃତ, ବିଜ୍ଞାନ ବିଷୟରେ ପଚାରିଥିଲେ। କିଛି ପିଲା ସଠିକ ଉତ୍ତର ଦେଇଥିଲା ବେଳେ ଆଉ କିଛି ପିଲା ଉତ୍ତର ଦେଇ ପାରିନଥିଲେ। ଯାହାକୁ ଦେଖି ବିଧାୟକ ବିରକ୍ତ ପ୍ରକାଶ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ, RML ହସ୍ପିଟାଲରେ ଭର୍ତ୍ତି