ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରଥଯାତ୍ରାରେ ହୋଟେଲ ବୁକିଂ କରୁଥିଲେ ସାବଧାନ ! ମାତିଛନ୍ତି ସାଇବର ଠକ

Published By : Ankita S | July 1, 2025 3:19 PM

କଟକ,୦୧/୦୭ : ମାତିଛନ୍ତି ସାଇବର ଠକ । ରଥଯାତ୍ରା ଆଳ ଦେଖାଇ ଲୋକଙ୍କୁ ଠକୁଛନ୍ତି । ଏହାକୁ ନେଇ ବଡ଼ ଆକ୍ସନ ନେଇଛନ୍ତି କ୍ରାଇମବ୍ରାଞ୍ଚ । ୧୫ ଜାଲ ହୋଟେଲ ବୁକିଂ ୱେବସାଇଟ୍ ବନ୍ଦ କରିଛି କ୍ରାଇମବ୍ରାଞ୍ଚ ।

ପୁରୀ ରଥଯାତ୍ରା ସମୟରେ ସାଇବର ଠକ ଜାଲ ୱେବସାଇଟ୍ କରି ହୋଟେଲ ବୁକିଂ ନାଁରେ ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି । ଏନେଇ ଅଭିଯୋଗ ହେବ ପରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ଇଣ୍ଟରନେଟରେ ଥିବା ୧୫ଟି ଜାଲ ହୋଟେଲ ବୁକିଂ ୱେବସାଇଟକୁ ହଟାଇଛନ୍ତି । ବିଭିନ୍ନ ସୂତ୍ରରୁ ପୁଲିସକୁ ଏଭଳି ଠକେଇ ଅଭିଯୋଗ ଆସିଥିଲା । ସେହି ଆଧାରରେ ସାଇବର ସେଲ୍‌ ଗତ ଜୁନ ୨୨ ତାରିଖରୁ ଏ ଦିଗରେ କାମ କରୁଥିଲା । ଏଯାବତ ୨୩ଟି ଜାଲ ହୋଟେଲ ବୁକିଂ ୱେବସାଇଟ ଚିହ୍ନଟ ହୋଇଛି । ସେଥିରୁ ୧୫ଟି କୁ ବନ୍ଦ କରାଯାଇଛି । ବାକି ଗୁଡିକ ବନ୍ଦ ପାଇଁ ପ୍ରକ୍ରିୟା ଚାଲିଛି । 

ଏହି ଜାଲ ୱେବସାଇଟ୍ ଚିହ୍ନଟ ଓ ବନ୍ଦ କାମ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଜାରି ରହିବ । ଅନ୍ୟପଟେ ହୋଟେଲ ବୁକିଂ ପୂର୍ବରୁ ପୁଲିସ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି । ନିର୍ଦ୍ଦେଶାବଳୀ ଅନୁସାରେ - ପ୍ରତିଷ୍ଠିତ ୱେବସାଇଟରେ ହୋଟେଲ ବୁକ କରିବା, ଟଙ୍କା ପୈଠ ପୂର୍ଵରୁ ଫୋନ କରି ହୋଟେଲ ସହ କଥା ହେବା, ହୋଟେଲ ଭଡା ଅଧା ପୈଠ କରିବା, upiରେ ନ ଦେଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ଦେବା, ଶସ୍ତାରେ ରୁମ ଦେଉଥିଲେ ତା ଠାରୁ ଦୂରେଇ ରହିବା, ୱେବସାଇଟରୁ ରିଭ୍ୟୁ ଓ ରେଟିଂ ଭଲ ଭାବେ ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.