ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସାଇବର ଠକଙ୍କ ନଜରରେ ସୁଭଦ୍ରା ଟଙ୍କା, ହିତାଧିକାରୀଙ୍କ ଆଧାର କାର୍ଡ ଅପବ୍ୟବହାର ଅଭିଯୋଗ

Published By : Rasmita Pradhan | October 16, 2024 9:20 AM

ଭୁବନେଶ୍ୱର, ୧୬/୧୦ : ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ନାଁରେ ସାଇବର ଠକ ହିତାଧିକାରୀଙ୍କ ଟଙ୍କା ହଡ଼ପ କରୁଛନ୍ତି । ହିତାଧିକାରୀଙ୍କ ଅସଲି ଆଧାର କାର୍ଡ, ଫଟୋ, ଫିଙ୍ଗରପ୍ରିଣ୍ଟକୁ ଜାଲ୍‌ କରି ସାଇବର ଠକ ଜଣକ ନିଜ ନାଁରେ ଆଉ ଏକ ସୁଭଦ୍ରା ଆକାଉଣ୍ଟ ଖୋଲୁଛନ୍ତି । ସେଥିରେ ଲିଙ୍କ୍‌ କରିଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସୁଭଦ୍ରା ଯୋଜନାକୁ ଆସୁଥିବା ସରକାରୀ ଅର୍ଥକୁ ଲୁଟି ନେଉଛନ୍ତି । ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏଭଳି ଏକାଧିକ ଅଭିଯୋଗ ହେଲାଣି। 

ନୟାଗଡ଼ ଅଞ୍ଚଳର ହିତାଧିକାରୀ ୫୫ ବର୍ଷୀୟ ଉଲ୍ଲାସ ବେହେରାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ଆସିଥିବା ୫ ହଜାର ଟଙ୍କାକୁ ସାଇବର ଠକ ଲୁଟିଛନ୍ତି । ମଙ୍ଗଳବାର ଏନେଇ ସେ ଝିଅ ସୁନୀତା ପ୍ରଧାନଙ୍କ ସହ ସାଇବର ଥାନାରେ ଏତଲା ଦେଇଛନ୍ତି । ସୁନୀତାଙ୍କ ଅଭିଯୋଗ ମୁତାବକ, ଗତ ୯ ତାରିଖ ସକାଳ ୭ଟା ୪୫ ମିନିଟ୍‌ରେ ସୁଭଦ୍ରା ଯୋଜନା ଅର୍ଥ ଆସିଥିବା ନେଇ ତାଙ୍କ ମୋବାଇଲ୍‌କୁ ମେସେଜ ଆସିଥିଲା । ସେମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଧାଇଁ ଯାଇଥିଲେ । ହେଲେ ତାଙ୍କ ମାଆଙ୍କ ବ୍ୟାଙ୍କ ଖାତାରେ ଟଙ୍କାଟିଏ ନଥିଲା । ମାଆଙ୍କ ଆଧାର କାର୍ଡରେ ଲିଙ୍କ୍‌ ହୋଇଥିବା ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ସବୁ ଟଙ୍କା ଚାଲିଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ । ଉକ୍ତ ଆକାଉଣ୍ଟଟି ଉଲ୍ଲେଖ ଥିବା ମୋବାଇଲ୍‌ ନମ୍ବରଟି ବୈଧ ନୁହେଁ ବୋଲି ଜାଣିବା ପରେ ବାପା-ଝିଅ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହାସହ ଗ୍ୟାସ୍‌ ସବ୍‌ସିଡି ଓ ଅନ୍ୟାନ୍ୟ ସରକାରୀ ଅର୍ଥ ସମ୍ପୃକ୍ତ ସାଇବର ଠକର ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି। 

କେବଳ ଉଲ୍ଲାସ ଏକୁଟିଆ ଏମିତି ସାଇବର ଠକେଇର ଶିକାର ହୋଇନାହାନ୍ତି। ଗାଁ ଗାଁରେ ଅନେକ ଅଶିକ୍ଷିତ ଓ ଗରିବ ଲୋକ ଏହି ସାଇବର ଠକେଇ ଜାଲରେ ଫସି ଚାଲିଛନ୍ତି । ଏନେଇ ସାଇବର ଥାନା ଏସିପି ଅଞ୍ଜନା ଟୁଡୁ କହିଛନ୍ତି, ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ, ଆଧାରକାର୍ଡ, ପାସ୍‌ପୋର୍ଟ ସାଇଜ୍‌ ଫଟୋଚିତ୍ରକୁ ନିଶ୍ଚିତ ଭାବେ ଅପବ୍ୟବହାର କରାଯାଇଛି । ସାଇବର ଠକଙ୍କ ଏହା ଏକ ନୂଆ ଚାଲ୍‌ । ଜନସେବା କେନ୍ଦ୍ରରେ ଆକାଉଣ୍ଟ ଖୋଲିବା ବେଳେ ସତର୍କ ରହିବା ସହ ନିଜର ବ୍ୟକ୍ତିଗତ ତଥ୍ୟ ଅପରିଚିତ ବ୍ୟକ୍ତିଙ୍କୁ ନ ଦେବାକୁ ଅଞ୍ଜନା ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.