ବଲାଙ୍ଗିର,୦୯/୪: ମୋବାଇଲ ପର୍ଣ୍ଣ ଦେଖୁଥିବା କହି ପ୍ରଥମେ ଧମକ । ପରେ ଭିଡିଓ କଲରେ ଥାନା, ପୁଲିସ ଏବଂ ଡି-ଫେକ୍ କରଯାଇଥିବା ମହିଳାଙ୍କ ଫଟୋଦେଇ ଭିଡିଓ ଅଭିଯୋଗ । ଶେଷରେ ଗିରଫ ଏବଂ ଥାନାରେ ହାଜର ହେବାକୁ ଭୟ ଦେଖାଇ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ଟଙ୍କା ଲୁଟ୍ । ଏବେ ସାଇବର ଅପରାଧୀମାନେ ଏଭଳି ମୋବାଇଲରେ ପର୍ଣ୍ଣ ଦେଖୁଥିବା ଲୋକଙ୍କୁ ଗିରଫ ଭୟ ଦେଖାଇ ଲୁଟୁଛନ୍ତି । ଏଥିସହ ଟିନଏଜର(କିଶୋର/ କିଶୋରୀ)ଠୁ ଆରମ୍ଭ କରି ପ୍ରାପ୍ତ ବୟସ୍କ ମଧ୍ୟ ଏବେ ଏହି ସାଇବର ଅପରାଧ ସେକ୍ସଷ୍ଟ୍ରକ୍ସନର ଶିକାର ହେଉଛନ୍ତି । ଅବଶ୍ୟ କେତେକ ଠକେଇର ଶିକାର ବ୍ୟକ୍ତି ଲୋକଲଜ୍ଜାରେ ସାମ୍ନାକୁ ଆସୁନାହାନ୍ତି । କିନ୍ତୁ ସେମାବେ ସାଇବର ଅପରାଧୀଙ୍କ ଦ୍ୱାରା ଲୁଟର ଶିକାର ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶରେ ଚାଇଲ୍ଡ ପ୍ରନୋଗ୍ରାଫି ଦେଖିବା ଦଣ୍ଡନୀୟ ଅଟେ । କିନ୍ତୁ ଏଭଳି ଅନେକ ବେଆଇନ ୱେବସାଇଟ ଏବଂ ସିରିଜ ଅଛି, ଯେଉଁଥିରେ ଏହା ପ୍ରଦର୍ଶିତ ହେଉଛି । ଏହା ବେଆଇନ ଜାଣିବା ସତ୍ତେ୍ୱ କିଛିବର୍ଗର ଲୋକେ ଏହାକୁ ଦେଖୁଛନ୍ତି । କୌଣସି ମତେ ସାଇବର ଠକମାନେ ଉକ୍ତ ମୋବାଇଲର ଆଇଏସପି(ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର), ଏନଏ (ନେଟୱର୍କ ଆଡମିନିଷ୍ଟ୍ରେଟର), ନେଟୱର୍କ ଆଡମିନଙ୍କଠାରୁ ତଥ୍ୟ ପାଇଯାଉଛନ୍ତି । ପରେ ସମ୍ପୃକ୍ତ ମୋବାଇଲ ବ୍ୟବହାରକାରୀଙ୍କୁ ଫୋନ କରି ଉକ୍ତ ପର୍ଣ୍ଣ ଭିଡିଓ ଗୁଡ଼ିକ ସମ୍ପର୍କରେ ପଚାରୁଛନ୍ତି, ତାପରେ ଗିରଫ କରିବାକୁ ଚେତାବନୀ ଦେଉଛନ୍ତି । ଏପରିକି ଡି-ଫେକରେ ମହିଳାଙ୍କ ଭିଡିଓ ପ୍ରସ୍ତୁତ କରି ଭୟ ଦେଖାଇବା ସହ ଗିରଫରୁ ବର୍ତ୍ତିବା ପାଇଁ ଲକ୍ଷଲକ୍ଷ ଟଙ୍କା ଲୁଟିନେଉଛନ୍ତି । ତେଣୁ କୌଣସି ପ୍ରକାର ସାଇବର ଅପରାଧରେ ଜଡ଼ିତ ନହେବା ଏବଂ ଶିକାର ହେବା ମାତ୍ରେ ପୁଲିସର ସହାୟତା ନେବାକୁ କୁହାଯାଉଛି । ନଚେତ ଧନଜୀବନ ଅସୁରକ୍ଷିତ ହୋଇପଡ଼ିବ ।

ଅଧିକ ପଢ଼ନ୍ତୁ :- ପେଟ୍ରୋଲ ପମ୍ପରେ ମିଳିବ ୫କେଜି ରନ୍ଧନ ଗ୍ୟାସ୍, ପରିଚୟ ପତ୍ର ଦେଖାଇ ନେଇପାରିବେ ସିଲିଣ୍ଡର

ପ୍ରକାଶ ଯେ, ପୂର୍ବରୁ ପରିବହନ ବିଭାଗ ପକ୍ଷରୁ ପିୟୁସି ଏବଂ ପୁରୁଣା ଚାଲାଣକୁ ନେଇ ହଇଚଇ ଜାରି ରହିଥିବାବେଳେ ତାହାର ଫାଇଦା ନେଇ ସାଇବର ଅପରାଧୀମାନେ ଅନେକ ଲୁଟ କରିଥିଲେ । ଯାହା ଏବେ ମଧ୍ୟ ଚାଲିଛି । ସେମାନେ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ଆରଟିଓ ଚାଲାଣ, ଏମ- ପରିବହନ ନାଁର ଏପିକେ ଭଳି ବିଭିନ୍ନ ଏପିକେ ଫାଇଲ୍ ପଠାଉଛନ୍ତି । ଏଥିସହ ସେହି ଫାଇଲକୁ ଖୋଲି ନିଜର ସମସ୍ତ ତଥ୍ୟ ଦାଖଲ କଲେ, ସମସ୍ତ ଚାଲାଣ ଘରେ ବସି ହୋଇଯିବ ବୋଲି କୁହାଯାଉଛି । ହେଲେ ଯେଉଁମାନେ ଏହି ଏପିକେ ଫାଇଲ୍ ଡାଉନଲୋଡ଼ କରୁଛନ୍ତି, ସେମାନଙ୍କର ସମସ୍ତ ତଥ୍ୟ ଚୋରି ହୋଇଯାଉଛି ନଚେତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଉଛି ।