ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

Cyclone Alfred: ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଲାଣି ବାତ୍ୟା ‘ଆଲଫ୍ରେଡ୍‌’; ୪୦ ଲକ୍ଷ ଲୋକଙ୍କ ପାଇଁ ବଢ଼ୁଛି ବିପଦ

Published By : Tapas Panda | March 6, 2025 4:21 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପାଇଁ ବିପଦ ଆଣିଛି ବାତ୍ୟା ‘ଆଲଫ୍ରେଡ୍‌’ । ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବା ପୂର୍ବରୁ ପୂର୍ବ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାର ଭୟାବହତାକୁ ନଜରରେ ରଖି ସ୍କୁଲ, କଲେଜ୍‌ ବନ୍ଦ କରିଦିଆଯାଇଛି । ସାର୍ବଜନୀନ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଛି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ପାଣିପାଗ ବିଜ୍ଞାନ ବ୍ୟୁରୋର ପରିଚାଳକ ମ୍ୟାଟ୍ କୋଲୋପିଙ୍କ ଅନୁସାରେ, ଘୂର୍ଣ୍ଣିଝଡ଼ ଆଲଫ୍ରେଡ୍ ଶନିବାର (ସ୍ଥାନୀୟ ସମୟ) ସକାଳେ ସନ୍‌ସାଇନ୍ କୋଷ୍ଟ ଅଞ୍ଚଳ ଏବଂ ଗୋଲ୍ଡ କୋଷ୍ଟ ସହର ମଧ୍ୟରେ କ୍ୱିନ୍ସଲ୍ୟାଣ୍ଡରରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି ।

ଦୁଇଟି ପର୍ଯ୍ୟଟନ ସହର ମଧ୍ୟରେ ବ୍ରିସବେନ୍ରେ ଆତଙ୍କ ରଚିପାରେ ବାତ୍ୟା ଆଲଫ୍ରେଡ୍‌ । ବ୍ରିସବେନ୍‌, ଅଷ୍ଟ୍ରେଲିଆର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର । ୨୦୩୨ରେ  ଏହି ସହରରେ ଅଲିମ୍ପିକ୍ ଆୟୋଜନ ହେବ । ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଉପକୂଳରେ ଥିବା ଖୋଲା ସ୍ଥାନଗୁଡ଼ିକରେ ୮୦ ରୁ ୯୦ କିଲୋମିଟରବେଗରେ ପବନ ବହିବା ଆରମ୍ଭ ହୋଇଛି। ପବନର ବେଗ ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ୧୯୭୪ ମସିହାରେ ଘୂର୍ଣ୍ଣିଝଡ଼ ଜୋ’ ଗୋଲ୍ଡ କୋଷ୍ଟରେ ମାଡ଼ ହୋଇଥିଲା । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ପ୍ରଳୟଙ୍କରୀ ବନ୍ୟା ସାଧାରଣ ଜୀବନ ଯାତ୍ରାକୁ ବ୍ୟାପକ ପ୍ରଭାବିତ କରିଥିଲା । ବାତ୍ୟା ଜୋ’ ପରେ ଏବେ 'ଆଲଫ୍ରେଡ୍' ବ୍ରିସବେନ ନିକଟବର୍ତ୍ତୀ ଉପକୂଳ ଅତିକ୍ରମ କରିବାକୁ ଯାଉଛି । ବାତ୍ୟା ଆଲଫ୍ରେଡ୍‌ ଅତିକ୍ରମ କରିବାକୁ ଥିବା ଅଞ୍ଚଳରେ  ୪୦ ଲକ୍ଷରୁ ଅଧିକ ଲୋକେ ବସବାସ କରୁଛନ୍ତି । 

ବାତ୍ୟାର ମୁକାବିଲା ଲାଗି ନିୟୋଜିତ ଅଧିକାରୀମାନେ କହିଛନ୍ତି ଯେ, ଗୁରୁବାର ନ୍ୟୁ ସାଉଥ୍ ୱେଲ୍ସର ୪,୫୦୦ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରବଳ ପବନ ଯୋଗୁଁ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳରେ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ବିପଦକୁ ନଜରରେ ରଖି ଉଦ୍ଧାରକାରୀ ଦଳଗୁଡ଼ିକ ନ୍ୟୁ ସାଉଥ୍ ୱେଲ୍ସ ପାର୍ଶ୍ୱର ନିମ୍ନ ଅଞ୍ଚଳରୁ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଛନ୍ତି ।  ଅସ୍ୱାଭାବିକ ଉଚ୍ଚ ଜୁଆର ଲୋକଙ୍କ ଭୟ ବଢ଼ାଇ ଦେଇଛି । ବୁଧବାର ରାତିରେ ଲୋକପ୍ରିୟ ଗୋଲ୍ଡ କୋଷ୍ଟ ବେଳାଭୂମିରେ ୧୨.୩ ମିଟର (୪୦ ଫୁଟ) ଉଚ୍ଚ ଜୁଆର ରେକର୍ଡ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.