ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ପୁଡୁଚେରୀ ଉପକୂଳରେ ବାତ୍ୟା ‘ଫେଙ୍ଗଲ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଚେନ୍ନାଇ: ପୁଡୁଚେରୀ ଉପକୂଳରେ ଲ୍ୟଣ୍ଡଫଲ୍‌ କଲା ବାତ୍ୟା ଫେଙ୍ଗଲ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆଗାମୀ ୩ରୁ ୪ ଘଣ୍ଟା   ଯାଏଁ ଚାଲିବ ।  ବାତ୍ୟା ତାମିଲନାଡ଼ୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିଥିବା କୁହାଯାଉଛି । ଝଟକା ପବନ ବେଳେ ବେଳେ ୯୦ କିଲୋମିଟର ଯାଏ ପହଞ୍ଚିଯାଉଛି । 

ବାତ୍ୟା ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଚେନ୍ନାଇରେ ବିମାନ ଏବଂ ଟ୍ରେନ ସେବା ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଏୟାରପୋର୍ଟ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାଣିପାଗ ବିଭାଗ ଅନୁସାରେ, ଚେନ୍ନାଇ, ଚେଙ୍ଗଲପଟ୍ଟୁ, ତିରୁବଲ୍ଲୁର, କାଞ୍ଚିପୁରମ, ବେଲ୍ଲୋର, ରାନୀପେଟ, ତିରୁପଥୁର, କୃଷ୍ଣାଗିରି, ଧର୍ମପୁରୀ, ତିରୁବନ୍ନାମଲାଇ, କଲ୍ଲାକୁରିଚି, ବିଲ୍ଲୁପୁରମ୍ ଏବଂ କୁଡ୍ଡାଲୋର ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ ।

ଆଇଏମଡିର ସୂଚନା ଅନୁସାରେ, ବାତ୍ୟା ଫେଙ୍ଗଲ ସ୍ଥଳଭାବ ଛୁଇଁବା ପରେ ଏହା ମନ୍ଥର ଗତିରେ ଆଗକୁ ବଢିବ । ଯେଉଁଥିପାଇଁ ଅଧିକ ବର୍ଷାର ସମ୍ଭାବନା ରହିଛି । ବତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁଇ ଦିନ ଯାଏ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବତ୍ୟା ଫେଙ୍ଗଲକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣକୁ ଡିସେମ୍ୱର ୧ ଅପରାହ୍ଣ ୪ଟା ଯାଏ ବାତିଲ କରିଦିଆ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.