ପୁରୀ,୨୪/୧୦: ଗୁରୁବାର ଓ  ଶୁକ୍ରବାର ପୁରୀକୁ ପ୍ରବଳ ବର୍ଷା ଓ ପବନ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପ୍ରଶାସନ  ନଜର ରଖିଛି । ଶ୍ରୀମନ୍ଦିରରେ ଦୈନଦିନ  ନୀତିକାନ୍ତିରେ ଯେପରି କୌଣସି ବ୍ୟାଘାତ  ନହୁଏ ତାହା ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ  ଦେବ । ତେବେ ବାତ୍ୟାକୁ ନେଇ କୌଣସି  ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇନି । ଶ୍ରୀମନ୍ଦିରରେ  ବିଦ୍ୟୁତ୍‌ ସେବା ବ୍ୟାଘାତ ନ ହେବା ନିମନ୍ତେ  ଆବଶ୍ୟକ ଇନ୍ଧନ ସହ ଡିଜିସେଟ୍‌କୁ ପ୍ରସ୍ତୁତ  ରଖାଯାଇଛି । ଅତି ପ୍ରବଳ ବର୍ଷା ସାଙ୍ଗକୁ  ପବନ ହେଲେ ଆସନ୍ତା ୨୪ ଓ ୨୫ରେ  ଆବଶ୍ୟକ ହେଲେ ଶ୍ରୀମନ୍ଦିରରେ ସାଧାରଣ  ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ ।  ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶ୍ରୀମନ୍ଦିର ସୁରକ୍ଷା  ନିମନ୍ତେ ପ୍ରଶାସନ ଏଭଳି ଜରୁରି ପଦକ୍ଷେପ  ନେବ ବୋଲି ଜିଲ୍ଲାପାଳ କହିଛନ୍ତି । ବାତ୍ୟା  ଓ ଜୋର ପବନ ଆଶଙ୍କା ଥିବାରୁ ଏହି ଦୁଇ  ଦିନ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର  ନ ଆସିବାକୁ ଜିଲ୍ଲାପାଳ ପରାମର୍ଶ ମଧ୍ୟ  ଦେଇଛନ୍ତି।